ଜୀବନ ହାରିଲେ ଇଞ୍ଜିନିୟରିଂ ଓ ନିଟ୍ ପାଇଁ କୋଟାରେ କୋଚିଂ ନେଉଥିବା ୩ଛାତ୍ର

ଜୟପୁର: ଜୀବନ ହାରିଲେ ଇଞ୍ଜିନିୟରିଂ ଓ ନିଟ୍ ପାଇଁ କୋଚିଂ ନେଉଥିବା ୩ଛାତ୍ର। ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ତିନିଜଣ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରଙ୍କ ମଧ୍ୟରୁ ଦୁଇଜଣ ବିହାରର ଏବଂ ଜଣେ ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି। ସେମାନଙ୍କ ବୟସ ୧୮ବର୍ଷରୁ କମ ଥିଲା ବୋଲି କୁହାଯାଉଛି। ମୃତ ଛାତ୍ରମାନଙ୍କ ମଧ୍ୟରୁ ୨ଜଣ ଛାତ୍ର ବିହାରର ଥିବା ବେଳେ ସେମାନେ ଅଙ୍କୁଷ ଏବଂ ଉଜ୍ବଲ ଥିଲେ ବୋଲି ଚିହ୍ନଟ କରାଯାଇଛି। ଦୁହେଁ ସମାନ ହଷ୍ଟେଲରେ ରହୁଥିଲେ। ଜଣେ ଇଞ୍ଜିନିୟରିଂ କୋଚିଂ ନେଉଥିବା ବେଳେ ଅନ୍ୟଜଣେ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ମଧ୍ୟପ୍ରଦେଶର ଛାତ୍ର ପ୍ରଣବ ମଧ୍ୟ ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ।
ଉଲ୍ଲେଖଯୋଗ୍ୟ, ଇଞ୍ଜିନିୟରିଂ ଏବଂ ଡାକ୍ତରୀ ପରୀକ୍ଷା ପ୍ରସ୍ତୁତି ପାଇଁ କୋଟା ସାରା ଦେଶରେ ପ୍ରସିଦ୍ଧ। ତେବେ ନିକଟ ଅତୀତରେ ଛାତ୍ରମାନେ ଆତ୍ମହତ୍ୟା କରୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ ବଢ଼ୁଥିବା ଆତ୍ମହତ୍ୟା ଘଟଣାକୁ ଦୃଷ୍ଟିରେ ରଖି ପ୍ରଶାସନ ଏକ ଆତ୍ମହତ୍ୟା ହଟଲାଇନ ସ୍ଥାପନ କରିଥିଲା, ​​ଯେଉଁଠାକୁ ଚିନ୍ତାଗ୍ରସ୍ତ ଥିବା ଛାତ୍ରମାନେ କଲ କରି ପରାମର୍ଶ ନେଇପାରିବେ।

ତେବେ ୩ଜଣ ଛାତ୍ରଙ୍କ ଆତ୍ମହତ୍ୟାର କାରଣ ସାମ୍ନାକୁ ଆସିନାହିଁ। କୋଚିଂ ସମୟରେ ଅଧିକ ସମୟ ଧରି କ୍ଲାସ ଚାଲୁଛି ଏବଂ ଅଧିକ ଆସାଇନମେଣ୍ଟ ଦିଆଯାଉଛି, ଯେଉଁଥିପାଇଁ ସେମାନଙ୍କ ଉପରେ ବହୁତ ଚାପ ରହୁଥିବା ନେଇ ପୂର୍ବରୁ କିଛି ଛାତ୍ର ଅଭିଯୋଗ କରିଛନ୍ତି। ୨୦୧୬ମସିହାରେ, ଆତ୍ମହତ୍ୟା କରିବା ପୂର୍ବରୁ ଜଣେ ଛାତ୍ର କହିଥିଲେ ଯେ ସମସ୍ତ କୋଚିଂ ପ୍ରତିଷ୍ଠାନ ବନ୍ଦ ହେବା ଉଚିତ୍।

nis-ad
Leave A Reply

Your email address will not be published.