ଚିକିଟୀ ବ୍ଳକରେ ମନ୍ତ୍ରୀ ଉଷାଦେବୀଙ୍କ ଦ୍ଵାରା ଭତ୍ତା ବଣ୍ଟନ…

ଚିକିଟୀ : ଚିକିଟୀ ବ୍ଲକ କାର୍ଯ୍ୟାଳୟ ପରିସରରେ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଭତ୍ତା ବଣ୍ଟନ କରିଥିଲେ । ୨୯୨ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୨୩୦ ଜଣଙ୍କୁ ବିଧବା ଭତ୍ତା , ୧୦୯ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ଓ ଅନ୍ୟାନ୍ୟ ରୂପେ ୩ ଜଣଙ୍କୁ ଭତ୍ତା ପ୍ରଦାନ କରିଥିଲେ । ଏହିପରି ଭାବେ ମୋଟ ୬୩୪ ଜଣ ଉପସ୍ଥିତ ହିତାଧିକାରୀ ମନ୍ତ୍ରୀଙ୍କ ଠାରୁ ଭତ୍ତା ଗ୍ରହଣ କରି ସ୍ଥାନୀୟ ମନ୍ତ୍ରୀଙ୍କ ସହ ରାଜ୍ୟ ସରକାର ଙ୍କ ପ୍ରଶଂସା କରିଥିଲେ। ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହିତ ବିଡ଼ିଓ ହଳଧର ଶବର,ଏବିଡିଓ ଚକ୍ରଧର ପ୍ରଧାନ, ବ୍ଲକ ଅଧକ୍ଷ ଆପନ୍ନା ସେଠୀ, ଉପାଧ୍ୟକ୍ଷା ବି. ରେଣୁକାମା ,ସହକାରୀ ଯନ୍ତ୍ରୀ ଉଦୟ ନାଥ ପ୍ରଧାନ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜୟଦେବ ଚୈ।ଧୁରୀ, ସରପଞ୍ଚ ବି ଜ୍ୟୋତି ରେଡ୍ଡୀ, ଏ ରାଙ୍ଗାରାଓ,ମହେନ୍ଦ୍ର ନାଥ ପ୍ରଧାନ, ମିନତି ପଣ୍ଡା, ବି ସନ୍ମୁଖ ରାଓ, ଲକ୍ଷ୍ମୀକାନ୍ତ ବେହେରା, ସସ୍ମିତା କୁମାରୀ ସାହୁ, କୁମାରୀ ସେଠୀ,କୃଷ୍ଣଚନ୍ଦ୍ର ସାହୁ, ସଂଗଠକ ସୁରେନ୍ଦ୍ର ନାଥ ମଣ୍ଡଳ,ବହୁ ସମିତି ସଭ୍ୟ ଙ୍କ ସହ ବ୍ଲକ ଓ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ରହି ସୂଚାର ରୂପେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.