ଶିଶୁ ମନ୍ଦିରର ୨୫ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ବୁଗୁଡା : ତା ୧୦/୧୨/୨୨ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୫ତମ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି । ଉକ୍ତ ତ୍ରିଦିବସୀୟ ବାର୍ଷିକ କ୍ରୀଡାର ଉଦଘାଟନୀ ଉତ୍ସବ ଅବସରରେ ପ୍ରତିଯୋଗୀଙ୍କ ଦ୍ବାରା ବଳଦେବ ମନ୍ଦିରୁ କ୍ରୀଡା ଜ୍ଯୋତି କ୍ରୀଡା ସ୍ଥଳରେ ପହଞ୍ଚି ଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ବିଇଓ ପ୍ରସନ୍ନ କୁମାର ବେହରା ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀ ଓ ଉପସଭାପତି ଗୌରୀ ଶଙ୍କର ମିଶ୍ର ଯୋଗ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା କାଳରେ ସଦଭାବନା ରକ୍ଷା ନିମନ୍ତେ ପ୍ରତିଯୋଗୀଙ୍କ ସାମୁହିକ ଶପଥ ପାଠ ପରେ ଶିଶୁ ବାଟିକା, କନିଷ୍ଠ ବର୍ଗ, ବାଲ ବର୍ଗ ଓ କିଶୋର ବର୍ଗର ପ୍ରତିଯୋଗୀମାନଙ୍କ ମଧ୍ୟରେ ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ , ଗୁଳା ଫିଙ୍ଗା , ଥାଳିଆ ଫିଙ୍ଗା, ବର୍ଚ୍ଛା ଫିଙ୍ଗା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଧାନାଚାର୍ଯ୍ଯ ରବିନ୍ଦ୍ର କୁମାର ଦାଶଙ୍କ ତତ୍ତ୍ବାବଧାନରେ ଆୟୋଜିତ ପ୍ରତିଯୋଗିତା ଗୁଡିକୁ ପରିଚାଳନା ନିମନ୍ତେ ନିୟୋଜିତ ଗୁରୁଜୀ ଗୁରୁମା କୃତି ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ । ଆଗାମୀ ଉଦଯାପନୀ ଉତ୍ସବ ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ନେଇ ଶିଶୁ ମନ୍ଦିର ପକ୍ଷରୁ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.