ମୟୂରଭଞ୍ଜ ଠାକୁରମୁଣ୍ଡାରେ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ

ମୟୁରଭଞ୍ଜ: ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା । ୨୭ ଦିନ ପରେ ପଥର ଖୋଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସଲେଇବେଡା ଗାଁର ଘଟଣା । ମହିଳାଙ୍କୁ ହତ୍ୟା ପରେ ବୋହି ନେଇ ମୃତଦେହକୁ ପଥର ଖୋଲରେ ଲୁଚାଇ ଦେଇଥିବା ପୋଲିସ ଜାଣିବାକୁ ପାଇଛି। ଏହି ଘଟଣାରେ ସମ୍ପୃକ୍ତ ୪ ଜଣକୁ ପୋଲିସ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କରଞ୍ଜିଆ SDPO ସୂଚନା ଦେଇଛନ୍ତି ।

ଗତ ନଭେମ୍ବର ମାସ ୧୧ ତାରିଖ ଦିନ ମହିଳା ଜଣଙ୍କ ହାତୀଗୋଡା ସାପ୍ତାହିକ ହାଟକୁ ଯାଇଥିଲେ। ହାଟରୁ ଫେରିବା ବାଟରେ ଗାଁ ଛକ ନିକଟରେ ଜଗି ରହିଥିବା ଅଭିଯୁକ୍ତମାନେ ତାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ରାତି ପ୍ରାୟ ୩ଟା ବେଳେ ମୃତଦେହକୁ ଏକ ମସାରି ଗୁଡ଼ାଇ ଭାର କରି ଗାଁ ନିକଟ ତିରିଂ ବୁରୁ ପାହାଡ଼କୁ ନେଇ ଏକ ପଥର ଖୋଲ ଭିତରେ ପକାଇ ଦେଇଥିଲେ। ମହିଳା ଜଣକ ନିଖୋଜ ହେବାର ୮ ଦିନ ପରେ ତାଙ୍କ ପୁଅ ଠାକୁରମୁଣ୍ଡା ଥାନାରେ ନିଖୋଜ ଓ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତକୁ ଗିରଫ କରିବା ସହ ମୃତଦେହକୁ ଉଦ୍ଧାର କରିଥିଲା। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା କରଞ୍ଜିଆ SDPO କହିଛନ୍ତି।

nis-ad
Leave A Reply

Your email address will not be published.