ଲୋକନାଥପୁର ଶାସନ ରେ ମହାଲକ୍ଷ୍ମୀ ପୂଜା…


ଚିକିଟି : ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲୋକନାଥପୁର ଶାସନ ରେ ପବିତ୍ର ମହାଲକ୍ଷ୍ମୀ ପୂଜା ଅନୁଷ୍ଠତ ହୋଇଯାଇଛି। ତିନି ଦିନ ବ୍ୟାପି ଏହି ପୂଜା ରେ ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢ଼ୀ ଙ୍କ ଆବାହକତ୍ୱରେ ମଙ୍ଗବାରଠାରୁ ଜଳଯାତ୍ରା ଆରମ୍ଭ ହୋଇ ପ୍ରତ୍ୟହ 108 ଆଳତି କରି ଜଗତ କଲ୍ୟାଣ କାମନା କରାଯାଉଛି। ବୁଧବାର କର୍ତ୍ତା ଶ୍ରୀ ରାଜେନ୍ଦ୍ର କୁମାର ଙ୍କ ପାଢ଼ୀ ଙ୍କ ସହାୟତା ରେ କର୍ମ ଆରମ୍ଭ କରି ସୂର୍ଯ୍ୟ ପୂଜା, ବିଷ୍ଣୁ ପୂଜା, ମହାଲକ୍ଷ୍ମୀ ଙ୍କ ଆବାହନ ହୋଇଛି। ମା ଙ୍କ ଉଦ୍ଦେଶ୍ୟ ରେ ଏକ ଲକ୍ଷ ବେଲପତ୍ର ମଧ୍ୟ ଗ୍ରାମବାସୀ ଙ୍କ ସହଯୋଗ ରେ ଅର୍ପଣ କରି ଗ୍ରାମବାସୀ ଙ୍କୁ ଉତ୍ତର ଉତ୍ତର ଉନ୍ନତି କାମନା କରିଛନ୍ତି ସାହି ବାସିନ୍ଦା। ତିନି ଦିନିଆ ଏହି କାର୍ଯ୍ୟକ୍ରମ ରେ ପୁରୀ ଆଚାର୍ଯ୍ୟ ଚନ୍ଦ୍ର ଭାନୁ କର ମହାଲକ୍ଷ୍ମୀ ଅଷ୍ଟକ ପାଠ କରିବା ଫଳ ରେ ପରିବେଶ ଆଧ୍ୟାତ୍ମିକମୟ ହୋଇଥିଲା। ଆଚାର୍ଯ୍ୟ ପ୍ରମୋଦ କୁମାର ପଣ୍ଡା, ବେଦ ପାଠକ ହର ମୋହନ ପଣ୍ଡା, କାହ୍ନୁ ଚରଣ ପାଢ଼ୀ ଙ୍କ ପ୍ରତ୍ୟେକ ତତତ୍ଵାବଧାନରେ ମା ଙ୍କ ବିଧି ମୁତାବକ ପୂଜା ପୂର୍ବକ ସମାଜ ରେ ଅନ୍ନ ବିନା କେହି ନ ରୁହନ୍ତି ସେ ଅଳି କରାଯାଇଛି ମା ଙ୍କ ନିକଟରେ। ମା ଙ୍କ ଆରାଧନା କଲେ ଧନ, ଜନ, ଗୋପ ଲକ୍ଷ୍ମୀ ମିଳିବା ସହିତ ମା ଙ୍କ ଅପାର କରୁଣା ଲାଭ ହୁଏ ବୋଲି ପୂଜା କମିଟି ପ୍ରକାଶ କରି ପ୍ରତ୍ୟେକ ବ୍ୟକ୍ତି ମା ଙ୍କୁ ଆରାଧନା କରିବାକୁ ଅନୁରୋଧ କରିଛନ୍ତି। କାର୍ଯକ୍ରମ କୁ ବୁଲୁ ପାତ୍ର, ତ୍ରିପତି ପ୍ରସାଦ ପାଢ଼ୀ, ମନତୋଶ ପାଢ଼ୀ ଙ୍କ ସମେତ ଗ୍ରାମବାସୀ ପରିଚାଳନା ରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.