ନିମ୍ନ ମାନର ଖାଦ୍ୟ ପରସିବା ଅଭିଯୋଗ ରେ ଅନଦିଷ୍ଟ ସମୟ ପାଇଁ ବନ୍ଦ ହେଲା ହୋଟେଲ ସ୍ୱାଗତ ରେଷ୍ଟୁରାଣ୍ଟ…

ମାଲକାନଗିରି : ନିମ୍ନ ମାନର ଖାଦ୍ୟ ପରସିବା ଅଭିଯୋଗ ରେ ଅନଦିଷ୍ଟ ସମୟ ପାଇଁ ବନ୍ଦ ହେଲା ମାଲକାନଗିରି ର ହୋଟେଲ ସ୍ୱାଗତ ର ରେଷ୍ଟୁରାଣ୍ଟ। ହଁ ଆଜ୍ଞା ଆପଣ ଠିକ ଶୁଣିଲେ ଏ ହେଉଛି ଉପାନ୍ତ ଜିଲ୍ଲାର ଷ୍ଟାର ହୋଟେଲ ସ୍ୱାଗତ । ଯେଉଁଠି ଦିର୍ଘ ଦିନ ଧରି ଗ୍ରାହକ ମାନଙ୍କୁ କଞ୍ଚା ଓ ପଚା ଖାଦ୍ୟ ଦେବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଜିଲ୍ଲା ର ବହୁ ରାଜନୈତିକ ଦଳ ନିଜର ପାର୍ଥିଚୟନ, ଦଳୀୟ କାର୍ଯ୍ୟକ୍ରମ ଏହି ହୋଟେଲରେ କରିଥିବା ନଜର ରହିଛି । ଶାସକ ତଥା ବିରୋଧୀ ଦଳର ବହୁ ହେଭିୱେଟ ନେତାଙ୍କ ପସନ୍ଦ ହୋଇଥିବା ଏହି ହୋଟେଲରେ କିନ୍ତୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ବେଳେ କେମିତି କାହାର ଦୃଷ୍ଟି ପଡୁନଥିଲା ତାହା ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । କିନ୍ତୁ ଆଜି କିଛି ଗ୍ରାହକ ଙ୍କ ଅଭିଯୋଗ ପାଇବା ପରେ ଆଜି ମାଲକାନଗିରି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଏକ ଟିମ କୁ ନେଇ ପହଁଛି ଥିଲେ ହୋଟେଲ

ସ୍ୱାଗତରେ । ଯେଉଁଠି ରେଫ୍ରିଜେଟର ରେ ପୁରୁଣା ଖାଦ୍ୟ ରଖା ଯାଇ ଗ୍ରାହକଙ୍କୁ ପରସୁଥିବା ଦେଖିବାକୁ ପାଇଥିଲେ । ଏହା ପରେ ଆଇନ ଅନୁଯାୟୀ ତୁରନ୍ତ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲେ । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିକଟରେ ହୋଟେଲ କର୍ମଚାରୀ ମାନେ ନିଜ ଭୁଲ ସ୍ୱୀକାର କରିଥିବା ବେଳେ ପୂର୍ବରୁ ମଧ୍ୟ ନିମ୍ନ ମାନର ଖାଦ୍ୟ ଲୋକଙ୍କୁ ପ୍ରଦାନ କରାଯିବାର ଅଭିଯୋଗ ହୋଇଥିବା ବେଳେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ମଧ୍ୟ ହୋଟେଲ ସ୍ୱାଗତ ର ରେଷ୍ଟୁରାଣ୍ଟ କୁ ନୋଟିସ କରଯାଇଥିଲେ ସୁଦ୍ଧା ଖାଦ୍ୟ ସୁରକ୍ଷା ବିଭାଗ କୁ ହୋଟେଲ ସ୍ୱାଗତ ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନଥିଲା ଏହାକୁ ଦେଖି ପାଞ୍ଚ ହଜାର ଟଙ୍କାର ଜୋରିମାନା ହୋଟେଲ ସ୍ୱାଗତ କୁ ମଧ୍ୟ କରା ଯାଇଥିଲା ତେବେ ଚଳିତ ଥର କିନ୍ତୁ ସେକ୍ସସନ 55, ଓ 56 ଅନୁସାରେ ନୋଟିସ କରାଯାଇ ହୋଟେଲ ସ୍ୱାଗତକୁ ବନ୍ଦ କରାଯାଇଛି । ତେବେ ବିଭାଗ ପକ୍ଷରୁ ନୋଟିସ ପାଇବା ପରେ ହୋଟେଲ କର୍ତ୍ତୃପକ୍ଷ ତୁରନ୍ତ ଖାଦ୍ୟ ସୁରକ୍ଷା ବିଭାଗ ନିକଟରେ ହାଜିର ନ ହେଲେ ଆଇନ ଅନୁଯାୟୀ ଦୁଇ ଲକ୍ଷ ଟଙ୍କାର ଫାଇନ ସହ ଅନଦିଷ୍ଟ ସମୟ ଲାଗି ହୋଟେଲ ସ୍ୱାଗତ ର ରେଷ୍ଟୁରାଣ୍ଟ କୁ ବନ୍ଧ କରି ଦିଆଯିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି ।

nis-ad
Leave A Reply

Your email address will not be published.