ରାଜେଶ ଏବଂ ଲିଟୁ ସ୍ମାରକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ…

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କଲେଜ ଖେଳ ପଡ଼ିଆଠାରେ ଆର. ୟୁନାଇଟେଡ ଫୁଲବାଣୀ ତରଫରୁ ଅlନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଵର୍ଗତ ରାଜେଶ ଏବଂ ଲିଟୁ ଙ୍କ ପରିବାର ଯୋଗ ଦେଇଥିଲେ l ଫାଇନାଲ ମ୍ୟାଚରେ ପାଗଲ ଟାଇଗର୍ସ ଏବଂ ପିଙ୍କ ଡ୍ରାଗନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପିଙ୍କ ଡ୍ରାଗନ୍ ଟିମ ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇ ୧୦ ଓଭରରେ ୮ ଉଇକେଟ ବିନିମୟରେ ୬୭ ରନ୍ କରିଥିବା ବେଳେ ପାଗଲ ଟାଇଗର୍ସ ଦଳ ୮.୪ ଓଭରରେ ୩ ଉଇକେଟ ବିନିମୟରେ ୬୮ ରନ କରି ବିଜୟୀ ହୋଇଥଲା। ଏହି ଫାଇନାଲ୍ ମ୍ୟାଚ ଉଇନରକୁ ଟ୍ରଫି ସହ ୧୦,୦୦୦/- ଏବଂ ରନର୍ କୁ ଟ୍ରଫି ସହ ୮୦୦୦/-ଟଙ୍କାର ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଆର୍. ୟୁନାଇଟେଡ୍ ଫୁଲବାଣୀର ଆୟୋଜକ ଦଳ ତରଫରୁ ସୂଚନା ଦେଇଛନ୍ତି। ଉକ୍ତ ମ୍ୟାଚକୁ ସ୍ନେହାଶିଷ ହୋତା ଓ ଲକ୍ଷ୍ମୀନାରାୟଣ ସାହୁ ମ୍ୟାଚ୍ ପରିଚାଳକ (ଆମ୍ପାୟର)କରିଥିବା ବେଳେ ସ୍କୋରର ଭାବରେ ମହେଶ ମଲ୍ଲିକ ଓ ସୁମିତ ବେହେରା ପରିଚାଳନା କରିଥିଲେ। କମେଣ୍ଟ୍ରି ସୁରେଶ କୁମାର ପଣ୍ଡା କରିଥିଲେ l ସଂଘଠନର ଅନ୍ୟlନ୍ୟ ସଦସ୍ୟ ହେଲେ ଦିନେଶ ତିଆଡି, ରଜତ ଖମ୍ବାରି, ସୌମ୍ୟ ରଞ୍ଜନ ବେହେରା, ଦେବାଶିଷ ସାହୁ,ଆଶିଷ କୁମାର ସେଠୀ, ସ୍ନେହାଶିଷ ହୋତା, ସୁମିତ ବେହେରା, ସୁରେଶ କୁମାର ପଣ୍ଡା, ଅମନ ଜ୍ୟୋତି ପ୍ରଧାନ, ବିଶ୍ଵଜିତ,ପିଣ୍ଟୁ କଟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ସପ୍ତାହ ବ୍ୟାପୀ ଚାଲି ରହିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଖେଳାଳି ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ଫାଇନାଲ ମ୍ୟାଚରେ ରାଜେଶ ଏବଂ ଲିଟୁଙ୍କ ପରିବାର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ସଂଘଠନ ଦଳକୁ କୃତଜ୍ଞତା ଜ୍ଞାପନ କରିଥିଲେ।

nis-ad
Leave A Reply

Your email address will not be published.