କାହା ସ୍ୱାର୍ଥରେ ସରକାରୀ ଯୋଜନା..? ବିଧବା ଭତା ପାଇବାରୁ ବଞ୍ଚିତ ମହିଳା…

ଦାରିଙ୍ଗବାଡି : ବିଧବା ମହିଳାଙ୍କ ପାଇଁ ସରକାର ବିଧବା ଭତା, ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ଅନେକ ଯୋଜନା ବ୍ୟବସ୍ଥା କରିଛନ୍ତି । ହେଲେ ଏସମସ୍ତ ଯୋଜନାରୁ ବଞ୍ଚିତ ରହିଛନ୍ତି ବିଧବା ମହିଳା । ବିଧବା ହୋଇ ୮ ମାସ ବିତି ଯାଇଥିଲେ ସୁଦ୍ଧା ସରକାରଙ୍କ କୌଣସି ଯୋଜନାର ସୁବିଧା ପାଉ ନାହାନ୍ତି ବିଧବା । ଏଠାରେ ସୂଚନା ଥାଉକି ସିମନବାଡି ପଞ୍ଚାୟତ ଯୋହନପଲି ଗ୍ରାମରୁ ଆସିଛି କିଛି ଏଭଳି ଅଭିଯୋଗ। ଏହି ଗ୍ରାମର ଟୁନି ନାୟକଙ୍କ ସ୍ବାମୀ ମିଲନ ନାୟକ ଏପ୍ରିଲ୍ ମାସରେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁବରଣ କରିବାର ୮ ମାସ ବିତି ଯାଇଥିଲେ ସୁଦ୍ଧା ସରକାରୀ ଯୋଜନାରୁ ବଞ୍ଚିତ ଟୁନି ନାୟକ । ବିଧବା ହେବାର ୮ମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଭତା ମିଳୁନାହିଁ କି ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ସହାୟତା ରାଶି ମଧ୍ୟ ମିଳିନାହିଁ । ଏଭଳି କି ରାସନ କାର୍ଡ ଟିଏ ମଧ୍ୟ ନାହିଁ । ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ମଧ୍ୟ ନାହିଁ। ଏଭଳି ସ୍ଥଳେ ନିଜେ କିଭଳି ବଞ୍ଚିବେ ସେନେଇ ଚିନ୍ତାରେ ରହିଛନ୍ତି ଟୁନି । ଭତା, ପରିବାର ମଙ୍ଗଳ ଯୋଜନାରେ ସାମିଲ ଓ ରାସନ କାର୍ଡ ପାଇଁ ପଞ୍ଚାୟତ କାର୍ଯ୍ୟଳୟକୁ ଏକାଧିକ ଥର ଦୌଡ଼ି ଥିଲେ ବି ଫଳ ଶୁନ। ଦୁଃଖ ଶୁଣିବାକୁ କେହି ନାହାନ୍ତି । ଏଭଳି ଭାବେ ନିଜ ଭାଗ୍ୟକୁ ଆଦରି ସରକାରୀ ସହାୟତାକୁ ଅପେକ୍ଷାକରି ରହିଛନ୍ତି ବିଧବା ଟୁନି ନାୟକ । ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଟୁନି ପ୍ରଶାସନକୁ ଗୁହାରୀ କରିବା ସହିତ ଅଞ୍ଚଳ ବାସୀ ପକ୍ଷରୁ ଦାବୀ ହୋଇଛି।

nis-ad
Leave A Reply

Your email address will not be published.