ସୁନାକେରା ଗ୍ରାମରେ ମା ବ୍ରାହ୍ମଣୀଦେବୀ ମନ୍ଦିର ପ୍ରତିଷ୍ଠା ଉତ୍ସବ…


ବୁଗୁଡ଼ା:ବୁଗୁଡ଼ା ବ୍ଲକ କଳମ୍ବ ପଞ୍ଚାୟତ ଅନ୍ତର୍ଗତ ସୁନାକେରା ଗ୍ରାମରେ ମା ବ୍ରାହ୍ମଣୀତରଙ୍ଗ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୁନାକେରା ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଉକ୍ତ ଉତ୍ସବ ଅବସରରେ ଦୀକ୍ଷା ଗ୍ରହଣ , ଜଳଯାତ୍ରା , ଅଙ୍କୁରାରୋପଣ , ମହାଦୀପ ସ୍ଥାପନ, ବନର୍ଯାଗ , ପୂଜା , ରତ୍ନମୁଦ, ଦିବ୍ଯସ୍ନାନ, ନାମଯଜ୍ଞ ଅଧିବାସ ଆଦି କାର୍ଯ୍ୟକ୍ରମ ଅନ୍ତେ ମା ବ୍ରାହ୍ମଣୀଦେବୀଙ୍କ ସିଂହାସନ ଆରୋହଣ କାର୍ଯ୍ୟ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଥିଲା । ଏଥିସହ ମହଧ୍ବଜ ଭ୍ରମଣ ଓ ପୂର୍ଣ୍ଣାହୁତି ପରେ ନାମଯଜ୍ଞ , ଘୃତଯଜ୍ଞ ଓ ଅନ୍ନଯଜ୍ଞ ଆରମ୍ଭ ହୋଇଥିଲା । ଉତ୍ସବର ଅନ୍ତିମ ଦିବସରେ ଦଧିଭାଣ୍ଡ ଭଞ୍ଜନ, ନଗର ଭ୍ରମଣ, ଯମୁନା ସ୍ନାନ ଓ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ପୁରୋହିତ ଭାବେ ଭବାନୀ ଶଙ୍କର ରଥ ଓ ଚିରଞ୍ଜିବୀ ଖାଡ଼ଙ୍ଗା ନିୟୋଜିତ ଥିଲାବେଳେ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.