ବିଜିପୁର ପରିବା ମାର୍କେଟର ପୁନରୁଦ୍ଧାର ସହ ନୂତନ କୋଠା ନିର୍ମାଣ କରିବା ପାଇଁ ବୈଠକ…

ବ୍ରହ୍ମପୁର : ବିଜିପୁର ପରିବା ମାର୍କେଟର ପୁର୍ନରୁଦ୍ଧାର ସହ ନୂତନ କୋଠା ନିର୍ମାଣ କରିବା ପାଇଁ ଏକ ବୈଠକ ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜିପୁର ମାର୍କେଟରେ ପ୍ରାୟ ୨୮ ଜଣ ବ୍ୟବସାୟୀ ଦୀର୍ଘ ବର୍ଷ ହେଲା ନିଜର ବ୍ୟବସାୟୀ କରିଆସୁଛନ୍ତି । ସହରରେ ଦେଖାଯାଇଥିବା ଟ୍ରାଫିକ୍ ସମସ୍ୟା ଏବଂ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମହାନଗର ନିଗମ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି । ବିଜିପୁର ମାର୍କେଟରେ ଗହଳି ପୂର୍ଣ୍ଣ ରହୁଥିବା ଯୋଗୁଁ ଟ୍ରାଫିକ୍ ସମସ୍ୟା ଦେଖାଯାଉଛି । ଏବଂ ମାର୍କେଟର ପୁର୍ନରୁଦ୍ଧାର କରାଯାଇ ୪କୋଟି ଟଙ୍କା ବ୍ୟୟରେ ନୂତନ କୋଠା ନିର୍ମାଣ କରିବାକୁ ନିଗମ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହି ପରିସ୍ଥିତିରେ ସମସ୍ତ ବ୍ୟବସାୟୀଙ୍କୁ ନେଇ ଏକ ଆଲୋଚନା ସହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇôଥଲ । ଏହି ବଜାରକୁ ଦୁଇ ମହଲା କୋଠା ବିଶିଷ୍ଟ ନିର୍ମାଣ କରାଯିବ । ଯେଉଁଥିରେ ପାର୍କିଂ ସହ ଉଭୟ ମହିଳା ଓ ପୁରୁଷ ମାନଙ୍କ ନିମନ୍ତେ ଶୌଚାଳୟର ବ୍ୟବସ୍ଥା ଏବଂ ପରିବା, ଆମିଷ ବଜାର କରାଯିବ ଏବଂ ଉକ୍ତ ସ୍ଥାନରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଅଗ୍ରାଧିକାରରେ ଦୋକାନ ଗୃହ ଦିଆଯିବା ନେଇ ନିଷ୍ପତି ହୋଇଥିଲା । ଏହି ଅବସରରେ କମିଶନର ଜେ. ସୋନାଲ, ଅତିରିକ୍ତ କମିଶନର ନୀଳମାଧବ ଭୋଇ, ନିର୍ବାହୀଯନ୍ତ୍ରୀ ଇଂ. ବସନ୍ତ ପାଢ଼ୀଙ୍କ ସମେତ ବହୁ ଅଧିକାରୀ ଓ ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.