ଧାନମଣ୍ଡିର ପରିଚାଳନା ଦାୟୀତ୍ୱଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକ ଅନ୍ତର୍ଗତ ଚଲାଣଗୁଡା ପଞ୍ଚାୟାତରେ ହେବାକୁ ଥିବା ଧାନ ମଣ୍ଡିକୁ ନେଇ ନୂଆଗୁଡା ଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏକ ଦାବି ପତ୍ର ଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀ ଦେଇଛନ୍ତି l ଏହି ଦାବି ପତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଦାବି କରିଛନ୍ତି ଚାଲାଣଗୁଡା ପଞ୍ଚୟାତରେ ହେଉଥିବା ଆସନ୍ତା 14-12-2022ଧାନ ମଣ୍ଡି ପାଇଁ ଆମ୍ଭ ଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀ ଆବେଦନ କରିଥିଲେ ମଧ୍ୟ ଆବେଦନ କୁ ଖାରଜ କରି ଅନ୍ୟ ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି l ଯେଉଁ ମହିଳାସ୍ୱୟଂ ସହାୟକ ଗୋଷ୍ଠୀ ଧାନ ମଣ୍ଡି ଠାରୁ ପାଞ୍ଚ କିଲୋମିଟରରୁ ଅଧିକ ଦୂର ଥାଇ ମଧ୍ୟ ସେହି ଗୋଷ୍ଠୀକୁ ଧାନ ମଣ୍ଡି ପରିଚାଳନା ଦିଆଯାଇଥିବା
ଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀ ଅଭିଯୋଗ କରିବା ସହ ଆମ୍ଭ ଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ମଣ୍ଡି ଠାରୁ ମାତ୍ର 500ମିଟର ଦୂର ଥାଇ ମଧ୍ୟ ଆମ୍ଭକୁ କାହିଁକି ଦିଆଯାଇନାହିଁ ବୋଲି ସେମାନେ ମାଲକାନଗିରି ଜିଲ୍ଲାପାଳ ଓ ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ଏହି ଦାବି ପତ୍ର ପ୍ରଦାନ କରିବା ପରେ ଜିଲ୍ଲାପାଳ ଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକଙ୍କୁ ସେମାନଙ୍କ ମହିଳା ଗୋଷ୍ଠୀ ବିଷୟରେ ପଚାରି ବୁଝିଥିଲେ ଏବଂ ଏହି ବିଷୟରେ ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ କହିଥିଲେ କିନ୍ତୁ ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଦାବି ପତ୍ର ଦେବା ପରେ ସେ କହିଥିଲେ ଅନ୍ୟ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି ଆସନ୍ତା ବର୍ଷ ଦେଖିବା ଏଠୁ ଯାଅ ଯାଅ କହିଥିଲେ ବୋଲି ଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ରଶ୍ମିତା କବାସୀ, ସମ୍ପାଦକ ଆଡମେ କବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗଣମାଧ୍ୟମ କୁ କହିଛନ୍ତି l

nis-ad
Leave A Reply

Your email address will not be published.