ଏସପିଙ୍କ ଦ୍ୱାରା ବାଲିପଦର ପୋଲିସ୍ ଫାଣ୍ଡି ସ୍ଥାୟୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବାଲିପଦର ପୋଲିସ୍ ଫାଣ୍ଡିର ନୂତନ ଗୃହ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବାଲିପଦର ପଥରାଶଙ୍ଖ ଠାରେ ଫାଣ୍ଡି ଅଧିକାରୀ ସମୀର କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ l ଏ ଅବସରରେ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହରା, ବେଲଗୁଣ୍ଠା ଆଇଆଇସି ପ୍ରକାଶ କୁମାର ସାହୁ, ଜଗନ୍ନାଥ ପ୍ରସାଦ ଆଇଆଇସି ଦିଲ୍ଲୀପ କୁମାର ସ୍ବାଇଁ , ତାରସିଂ ଆଇଆଇସି ପି.କେ ଦାଶ ଭଞ୍ଜନଗର ଆଇଆଇସି ଧୀରେଶ ଦାଶ ଏବଂ ବୁଗୁଡ଼ା ଥାନା ଅତିରିକ୍ତ ଆଇଆଇସି ଶର୍ମିଷ୍ଠା ପ୍ରଧାନ,ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରକାଶ ଯୋଗ୍ୟ ଯେ, ୧୯୮୭ ମସିହାରେ ବାଲିପଦର ଫାଣ୍ଡି ଆରମ୍ଭ ହୋଇଥିବା ବେଳେ ସେବେଠାରୁ ଭଡା ଘରେ ଚାଲି ଆସୁଅଛି l

nis-ad
Leave A Reply

Your email address will not be published.