ରାସ୍ତା କଡ ଗଛକୁ ପିଟିହେଲା କାର୍, ୨ ଗୁରୁତର

ବୁଗୁଡ଼ା : ବୁଗୁଡ଼ା-ନୟାଗଡ ମୁଖ୍ୟ ରାସ୍ତାର ମତାଝରି ନିକଟରେ ଏକ କାର ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି l କଟକ ଜିଲ୍ଲା ବଡମ୍ବା ଥାନା ମହୁଲିଆ ନିକଟ ମାଣିଆବନ୍ଧ ଗ୍ରାମର ସୁତା ବ୍ୟବସାୟୀ ସୁରେଶ ପାତ୍ର, ଭରତ ପାତ୍ର, ବିରଞ୍ଚି ପାତ୍ର ଓ ଆଦିକନ୍ଧ ପାତ୍ର ଏକ ୱାଗନାର କାରରେ ବ୍ରହ୍ମପୁର ଯାଉଥିବା ବେଳେ ପାହାନ୍ତିଆ ପ୍ରାୟ ୫ ଟା ସମୟରେ ଚାଳକ ସୁରେଶଙ୍କର ଆଖି ଲାଗି ଯିବାରୁ ମତାଝରି ଗ୍ରାମ ନିକଟରେ ରାସ୍ତା କଡ଼ରେ ଥିବା ଏକ ବର ଗଛକୁ ପିଟି ହୋଇ ଯାଇଥିଲା l ସ୍ଥାନୀୟ ଲୋକେ ଆହତ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲ ଆଣିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଚାଳକ ସୁରେଶ ଓ ସାମ୍ନାରେ ବସିଥିବା ଭରତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ପୋଲିସ ଏଏସଆଇ ରାଜ କୁମାର ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର(ନଂ-ଓଡି-୦୨ସିଇ-୦୮୯୬)କୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି l

nis-ad
Leave A Reply

Your email address will not be published.