ଜାଗ୍ରତ କନ୍ଧମାଳ ପକ୍ଷରୁ ବାବା ସାହେବଙ୍କ ୬୬ ତମ ତିରୋଧାନ ଦିବସ ପାଳିତ…

ଫୁଲବାଣୀ:- ଆଜି ସମଗ୍ର ଭାରତ ବର୍ଷର ସମ୍ବିଧାନ ପ୍ରଣେତା ତଥା ଭାରତ ରତ୍ନ ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କର ୬୬ ତମ ତିରୋଧାନ ଦିବସ ଜାଗ୍ରତ କନ୍ଧମାଳ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବର ସହକାରେ ପାଳନ କରିଥିଲା l ସକାଳୁ ସକାଳୁ ଫୁଲବାଣୀ ସାହି ସ୍ଥିତ ଆମ୍ବେଦକର ଛକରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଓକିଲ ସଂଘର ସଭାପତି ଆଇନଜୀବୀ ବିଜୟ କୁମାର ମହାନ୍ତି,ସୁବାଷ ହୋତା, କଣ୍ଠଶିଳ୍ପୀ ଜଳନ୍ଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ପୂର୍ବାହ୍ନରେ ଜାଗ୍ରତ କନ୍ଧମାଳର ଏକ ବିରାଟ ଶୋଭାଯାତ୍ରା ସହିତ ଡ଼ଃ ଆମ୍ବେଦକର ରଥ ମାଦିକୁନ୍ଦା ଛକରୁ ବାହାରି କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ପହଞ୍ଚିଥିଲା ଓ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ତିରୋଧାନ ଦିବସର ମୁଖ୍ୟ ଅତିଥି ତଥା ଫିରିଙ୍ଗିଆ ତହସିଲଦାର ଏମ ଅନୁରାଧା ଯୋଗ ଦେଇ ବାବା ସାହେବଙ୍କ ନୀତି ଆଦର୍ଶ ଆଚରଣ ଉପରେ ବକ୍ତବ୍ୟ ରଖିଥିଲେ l ମୁଖ୍ୟ ବକ୍ତା ଭାବେ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର ,ସମ୍ମାନୀତ ଅତିଥିଭାବେ ଜାଗ୍ରତ କନ୍ଧମାଳର ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ଟ୍ରେଡ଼ ଲେବର ୟୁନିୟନ କଂଗ୍ରେସର ସଭାପତି ଘନ କୁମାର ଶବର ଓ ପୂଜାରୀ ଖଣ୍ଡାୟତ ସମାଜର ସଭାପତି ଶ୍ୱେତବାନ ପୂଜାରୀ, ଖଜୁରୀପଡା ପଂଚାୟତ ସମିତିର ଉପାଧ୍ୟାକ୍ଷା ଅମିତ କୁମାର ଡିଗାଲ , କନ୍ଧମାଳ ଶୂଦ୍ର ସମାଜର ଜିଲ୍ଲା ସଭାପତି ସଭାପତି ଅରୁଣ କୁମାର ନାୟକ,ଜଳନ୍ଧର ବେହେରା, କନ୍ଧ ଗୌଡ଼ ସମାଜର ସଭାପତି ପ୍ରେମାନନ୍ଦ ମାଝୀ, ପଢ଼ୋଶୀ ବୌଦ୍ଧ ଜିଲ୍ଲାର ସମାଜସେବି ଦଶରଥ ବେହେରା, ଆନ୍ତର୍ଜାତୀୟ ପାଣ ସମାଜର ସଭାପତି ମନ୍ମଥ ନାୟକ, ଓ ମେନକା ଆରଜଲି, ମଞ୍ଜୁଶ୍ରୀ ପ୍ରଧାନ , ଓ ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା, ଡ଼ଃ ସୋମନାଥ ବାଘ,ସାମ୍ବାଦିକ ଡଃ ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ବାବା ସାହେବଙ୍କ ତିରୋଧାନ ଦିବସରେ ୭ ଜଣ ଆଦର୍ଶ ବିବେଚିତ ହୋଇଥିବା ମା ବା ମହିୟସୀ ମହିଳା ଯଥା ଏମ ଲୀନା ଚାନ୍ଦ , ଗୀତାଞ୍ଜଳି ସାହୁ, ଶୈଳବାଳା ପରିଡା, ସୁମତି ରଥ, ସୁବାସିନୀ ରଣ ଭୂଇଁଶା , ରୁନୁ ବେହେରା କୁନି ବେହେରାଙ୍କୁ ଫୁଲ ତୋଡ଼ା ସହିତ ମାନପତ୍ର ଓ ଉପଢୌକନ ଦେଇ ବରଣ୍ୟ ମଂଚାସୀନ ମୁଖ୍ୟ ଅତିଥି ଏମ ଅନୁରାଧା ଓ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇ ଥିଲା l ଏହାପରେ ଜିଲ୍ଲାର ସମାଜ ସେବି ଓ ବିଭିନ୍ନ ବର୍ଗର କଳାକାର ମାନଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା l ବାବା ସାହେବ ଆମ୍ବେଦକରଙ୍କ ତିରୋଧାନ ଦିବସରେ ଜାତି,ବର୍ଣ୍ଣ,ଧର୍ମ, ନିର୍ବିଶେଷରେ ସମସ୍ତଙ୍କ ପାଇଁ ସଚେତନ କରାଇବା ସହିତ ସାମ୍ବିଧାନିକ ଅଧିକାର ପାଇବାପାଇଁ ଲଢେଇ ଆରମ୍ଭ କରିଛି l ଆଜିର କାର୍ଯ୍ୟକ୍ରମକୁ ଉପସଭା ପତି ବିଚିତ୍ର ବୀର୍ଯ୍ୟ ପ୍ରଧାନ,ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବେହେରା ଅତିଥି ପରିଚୟ ଓ ବିବରଣୀ ପାଠ କରିଥିଲେ  l ଶେଷରେ ସଂଗଠନର ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.