ସ୍କୁଲରେ କଳାପଟା ନଥିବାରୁ କବାଟରେ ଲେଖା ହେଲା ପ୍ରଶ୍ନ, ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଯାଜପୁର ୦୬/୧୨: କଳାପଟା ନଥିବାରୁ କବାଟରେ ଲେଖାହେଲା ପ୍ରଶ୍ନ । ଦୀର୍ଘ ଅଢେଇ ଘଣ୍ଟା ପରେ ପରୀକ୍ଷା ଦେଲେ ଛାତ୍ର ଛାତ୍ରୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଣ୍ଟିଆ ପଂଚାୟତରେ ଥିବା ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟରେ । ଗତକାଲି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ହେବାକୁ କାର୍ଯ୍ୟସୂଚୀ ଦିଆଯାଇଥିଲା ।

ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇ ନିର୍ଦ୍ଧାରିତ ସମୟରେ ଶ୍ରେଣୀ ଗୃହରେ ପହଞ୍ଚି ଥିଲେ ଛାତ୍ର ଛାତ୍ରୀ । ହେଲେ ପ୍ରଶ୍ନ ପତ୍ର ନ ପାଇବାରୁ ପରୀକ୍ଷା ଆରମ୍ଭ ହୋଇପାରିନଥିଲା । ଦୀର୍ଘ ଦୁଇ ଘଣ୍ଟା ପରେ ବିନା ପ୍ରଶ୍ନ ପତ୍ରରେ ପରୀକ୍ଷା ଦେଇଥିଲେ ଛାତ୍ର ଛାତ୍ରୀମାନେ । ସେ ପୁଣି ବିଦ୍ୟାଳୟରେ କଳା ପଟା ନଥିବାରୁ ଶିକ୍ଷକ କବାଟରେ ପ୍ରଶ୍ନ ଲେଖିଥିଲେ । ତାକୁ ଦେଖି ଖାତାରେ ଉତ୍ତର ଲେଖିଥିଲେ ଛାତ୍ର ଛାତ୍ରୀ ମାନେ ।

ଏଭଳି ଭାବେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ଏହା ଆମେ କହୁନୁ ଖୋଦ୍ ଛାତ୍ର ଛାତ୍ରୀ ଏବଂ କବାଟରେ ଲେଖୁଥିବା ଶିକ୍ଷକ କହିଛନ୍ତି । ଆଶ୍ଚର୍ଯ୍ୟ ର କଥା ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ୧୦ କିଲୋମିଟର ଦୂରତାରେ ଏହି ବିଦ୍ୟାଳୟ ।

nis-ad
Leave A Reply

Your email address will not be published.