କନ୍ଧମାଳର ସାହିତ୍ୟିକ ମାନେ ପାଇଲେ ବିଶ୍ୱନୟନ ସମ୍ମାନ…

ଫୁଲବାଣୀ :- ଓଡ଼ିଶାର ଆଧ୍ୟାତ୍ମିକ ତଥା ସାମାଜିକ ସଂଗଠନ ଶ୍ରୀ ବିଶ୍ୱନୟନ ଐଶ୍ଵରୀୟ ଟ୍ରଷ୍ଟ, ପୁରୀ ତରଫରୁ ଏବଂ ବିଶ୍ୱନୟନ ଓ ବିଶ୍ୱେଶ୍ୱରୀ ସାହିତ୍ୟ ପତ୍ରିକା ସୌଜନ୍ୟରେ ରାଜ୍ୟ ସ୍ତରୀୟ କବି ଲେଖକ ସମାବେଶ ଏବଂ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କନ୍ଧମାଳର ବରିଷ୍ଠ ସାହିତ୍ୟିକ ମାନେ ସମର୍ଦ୍ଧିତ ହୋଇଥିଲେ l କନ୍ଧମାଳର ବରିଷ୍ଠ ସାହିତ୍ୟିକ ତଥା ସମାଜସେବୀ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଙ୍କୁ କବିରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା ବେଳେ ଶିଶୁ ସାହିତ୍ୟିକ, ସଂଗଠକ, ଶିକ୍ଷାବିତ ତଥା ମଞ୍ଚ ସଂଚାଳକ କୈଳାଶ ଚନ୍ଦ୍ର ଧଳଙ୍କୁ ବିଶ୍ୱନୟନ ଶିଶୁ ସମ୍ମାନ, ରାଇକିଆ ଅଂଚଳର କବି ଓ ଶିକ୍ଷାବିତ ଶୀତୁ ପ୍ରକାଶ ରଥ ଙ୍କୁ ବିଶ୍ୱନାୟନ କବି ସମ୍ମାନ ଏବଂ ଅଧ୍ୟାପକ ହରପ୍ରିୟା ମିଶ୍ରଙ୍କୁ ବିଶେଶ୍ୱରୀ ସମ୍ମାନ ପ୍ରଦାନ କରାଯାଇଥିଲା l କନ୍ଧମାଳ ଜିଲ୍ଲାର ଏହି ପ୍ରତିଭୁ ମାନେ ପୁରୀର ସାହିତ୍ୟ ମଞ୍ଚରେ ସମ୍ମାନିତ ହେବା ଜିଲ୍ଲା ପାଇଁ ଗର୍ବର କଥା lଏହି ସଭାରେ ଓଡିଶାର ବିଭିନ୍ନ ସ୍ଥାନରୁ ବହୁ ସାହିତ୍ୟିକ, ସାହିତ୍ୟିକା ଉପସ୍ଥିତ ରହିଥିଲେ l ବାବା ସତ୍ୟାନନ୍ଦ ଦାସ ମହାରାଜ ଉଦଘାଟକ ଭାବେ ଯୋଗ ଦେଇଥିଲା ବେଳେ ଚକ୍ରଧର ମହାପାତ୍ର , ଡାକ୍ତର ବଲ୍ଲଭ କୁମାର ଜୟସିଂହ, ସାଧନା ପାତ୍ରୀ, ମୋହନ ମହାରଣା ପ୍ରଭୃତି ଯୋଗଦେଇଥିଲା ବେଳେ ଡାକ୍ତର ସୌମ୍ୟକାନ୍ତ ପଣ୍ଡା ସଭାପତିତ୍ୱ କରିଥିଲେ l ସମ୍ପାଦିକା ତୃପ୍ତି ପଣ୍ଡା ବିବରଣୀ ପାଠ କରିଥିଲେ l ଅନୁଷ୍ଠାନର ମୁଖପାତ୍ର ବିଶ୍ୱନୟନ ଉନ୍ମୋଚିତ ହୋଇଥିଲା ବେଳେ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ମା ବୈଷ୍ଣବଦେବି ଉନ୍ମୋଚନ କରାଯାଇଥିଲା l ଲେଖକ ସାମ୍ମୁଖ୍ୟ ଫୁଲବାଣୀର ଏ ସମସ୍ତ ସଦସ୍ୟମାନଙ୍କର ସମର୍ଦ୍ଧନା ପାଇଁ ସଭାପତି ରବୀନ୍ଦ୍ର ନାଥ ମିଶ୍ର ଓ ସମ୍ପାଦକ ବନବିହାରୀ ନନ୍ଦ ସହ ବହୁ ସାହିତ୍ୟିକମାନେ ଶୁଭେଚ୍ଛା ଜଣାଇଛନ୍ତି l ପ୍ରେସ କ୍ଲବ ସଭାପତି ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଓ ଆଇନଜିବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ମଧ୍ଯ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି l

nis-ad
Leave A Reply

Your email address will not be published.