ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ…

ବିଭାଗୀୟ ଅଧିକାରୀ ଓ ଠିକାଦାର ମିଳିମିଶି ଖାଇଗଲେ ୫ବର୍ଷିୟା ମରାମତି ଟଙ୍କା..!

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବ୍ୟାପକ ଦୁର୍ନୀତି , ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କାଲିମେଳା ମୁଖ୍ୟ ସଡ଼କ ଠାରୁ କବାସିଗୁଡାକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାରେ। ଫଳକରେ ଥିବା ସୂଚନା ଅନୁଯାୟୀ ସମେନ୍ଦ୍ର ପ୍ରସାଦ ବିଶୋୟି ନାମକ ଏକ ଠିକାଦାର ଏହି ରାସ୍ତାକୁ ଜାନୁୟାରୀ ୨୦୧୮ ରେ ଆରମ୍ଭ କରି ଅକ୍ଟୋବର ୨୦୧୮ ରେ ରାସ୍ତା କାମକୁ ଶେଷ କରିଥିଲେ ।ରାସ୍ତା ନିର୍ମାଣ ହେବାର କିଛି ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠି ମାଟି ଦେଖିବାକୁ ମିଳିଥିଲା ଏବଂ କଛି ସ୍ଥାନରେ ଗର୍ତ୍ତମାନ ସୃଷ୍ଟି ହୋଇଥିଲା। ଉକ୍ତ ସଡ଼କ ଯୋଜନା ଟି ଗ୍ରାମ୍ୟ ନିର୍ମାଣ ବିଭଜନ ୨ ବା (RD2) ଅଧୀନରେ ହୋଇଥିବା ବେଳେ ୨.୮୦ କି ମି ରାସ୍ତା ନିର୍ମାଣ ପାଇଁ ୯୮ .୪୫ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ରାସ୍ତାକୁ ଦେଖିଲେ ଉକ୍ତ ଟଙ୍କା ଖର୍ଚ୍ଚ ହୋଇଛି କି ବାଟମାରଣା ହୋଇଛି ତାହା ତଦନ୍ତ ପରେ ହି ଜଣା ପଡ଼ିବ ।
ବର୍ତ୍ତମାନ ଗ୍ରାମବାସୀଙ୍କ କହିବା ଅନୁଯାୟୀ ରାସ୍ତା ଆରମ୍ଭ ଠାରୁ ଏବେ ପର୍ଯ୍ୟନ୍ତ କିଛି ମରାମତି ହୋଇନଥିବାରୁ ବିଭିନ୍ନ ଜାଗାରେ ରାସ୍ତା ଖରାପ ହେବା ସହ ରାସ୍ତା ମଝିରେ କର୍ଲଭଟ ଦବିଯାଇ ୨ ଟି ବିରାଟ ଗାତ ସୃଷ୍ଟି ହୋଇଛି । ବହୁବାର ଗାଡ଼ିରୁ ଲୋକ ପଡ଼ି ଆହତ ହେବା ସହ ଗ୍ରାମକୁ ଦରକାର ସମୟରେ ଆମ୍ବୁଲାନ୍ସ ଆସିବାରେ ଅସୁବିଧା ହେଉଅଛି। ୫ ବର୍ଷିୟା ମରାମତି ବାବଦରେ ଥିବା ୧୩.୨୦ ଲକ୍ଷ ଟଙ୍କା ବର୍ତମାନ ସୁଦ୍ଧା ରାସ୍ତା କାମରେ ଖର୍ଚ୍ଚ ନ ହୋଇ କେବଳ କଲଭୋଟ କାନ୍ଥରେ ଚୂନ ମାରିବା ଓ ପୁରୁଣା ଫଳକରେ ରଙ୍ଗ ମାରିବା ଛଡ଼ା ଅନ୍ୟ କୌଣସି କାମ ହୋଇନଥିବା ଗ୍ରାମବାସୀ ଓ ସରପଞ୍ଚ କହିଥିବା ବେଳେ ତୁରନ୍ତ ରାସ୍ତା ମରାମତି କରିବାକୁ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.