ଦ୍ବିତୀୟ ରାଜେଶ ଏବଂ ଲିଟୁ ସ୍ମାରକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ୱୟଂଶାସିତ ମହା ବିଦ୍ୟାଳୟ ପଡିଆ ଠାରେ ଦ୍ବିତୀୟ ରାଜେଶ ଏଣ୍ଡ ଲିଟୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୨ ଆର. ୟୁନାଇଟେଡ ଫୁଲବାଣୀ ତରଫରୁ ଅlନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଟୁର୍ଣ୍ଣାମେଣ୍ଟ ୧/୧୨/୨୦୨୨ ଠାରୁ ୬/୧୨ /୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ ଦିବସରେ ମୁଖ୍ୟ ଅତିଥି ଭାବରେ ସ୍ଵର୍ଗତ ରାଜେଶ ଏବଂ ଲିଟୁଙ୍କ ପରିବାର ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଆରମ୍ଭ ହୋଇଥିଲା l ସମସ୍ତ ଆୟୋଜକ ଦଳ ଏବଂ ପ୍ରତିଯୋଗୀ ଖେଳାଳୀ ମାନେ ସ୍ଵର୍ଗତ ରାଜେଶ ଏବଂ ଲିଟୁ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ପ୍ରଥମ ଦିବସର ପ୍ରଥମ ମ୍ୟାଚରେ ଫାଲକୋନ ଏବଂ ପୀଙ୍କ ଡ୍ରାଗନ ମଧ୍ୟରେ ହୋଇଥିବା ମ୍ୟାଚରେ ପୀଙ୍କ ଡ୍ରାଗନ ବିଜୟୀ ହୋଇ ଥିଲା l ସେହିଭଳି ଦ୍ଵିତୀୟ ମ୍ୟାଚ ରେ ଡିଫେଣ୍ଡର୍ସ ଏବଂ ତୃତୀୟ ମ୍ୟାଚ ପିଙ୍କ ଡ୍ରାଗନ ବିଜୟୀ ହୋଇ ଥିଲା l ସେହିପରି ଦ୍ବିତୀୟ ଦିବସର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିୟାଇଯେଡିର ସଭାପତି ରାକେଶ ମିଶ୍ର ଯୋଗ ଦେଇଥିଲେ l ଦ୍ବିତୀୟ ଦିବସର ପ୍ରଥମ ମ୍ୟାଚ ଆର ୟୁନାଇଟେଡ଼ ଏବଂ ବିଟିଏମ ଫାଇଟର୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ଆର ୟୁନାଇଟେଡ଼ ବିଜୟୀ ହୋଇଥିଲେ l ଉକ୍ତ ମ୍ୟାଚରେ ଶ୍ରବଣ କୁମାର ମାଝୀ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ ଏବଂ ଦ୍ଵିତୀୟ ମ୍ୟାଚରେ ଚାଲେଞ୍ଜର୍ସ ଏବଂ ତୃତୀୟ ମ୍ୟାଚ ଆର ୟୁନାଇଟେଡ଼ ବିଜୟ ହୋଇଥିଲା l ଉକ୍ତ ମ୍ୟାଚରେ ଆଶିଷ କୁମାର ସେଠୀ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ l ସେହିପରି ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଏନ ଏସ ୟୁ ଆଇ ର ସଭାପତି ଅନୁପମ କହଁର ଯୋଗ ଦେଇ ଉଦ୍ଘାଟନ କରିଥିଲେ l ତୃତୀୟ ଦିବସର ପ୍ରଥମ ମ୍ୟାଚ ବ୍ଲୁ କ୍ୟାପ ଏବଂ ଖଜୁରୀପଡ଼ା ମଧ୍ୟରେ ହୋଇଥିଲା l

ଖଜୁରୀପଡା ଦଳ ବିଜୟ ହୋଇଥିଲା ବେଳେ ଦ୍ଵିତୀୟ ମ୍ୟାଚ ରେ ରାଇଜିଙ୍ଗ ଷ୍ଟାର୍ ଏବଂ ତୃତୀୟ ମ୍ୟାଚରେ ଖଜୁରୀପଡ଼ା ବିଜୟୀ ହୋଇଥିଲା l ଉକ୍ତ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବ। ଏହି ଫାଇନାଲ୍ ମ୍ୟାଚ୍ରେ ଉଇନରକୁ ଟ୍ରଫି ସହ ୧୦,୦୦୦/- ଏବଂ ରନର୍ସ କୁ ଟ୍ରଫି ସହ ୮୦୦୦/- ଟଙ୍କାର ଅର୍ଥ ରାଶି ପୁରସ୍କାର ରଖାଯାଇଛି। ବୋଲି ଆର୍. ୟୁନାଇଟେଡ୍ ଫୁଲବାଣୀର ଆୟୋଜକ ଦଳ ତରଫରୁ ସୂଚନା ଦିଆଯାଇଛି । ଅନ୍ୟlନ୍ୟ କର୍ମକର୍ତ୍ତାମାନେ ହେଲେ ଦିନେଶ ତିଆଡି, ରଜତ ଖମ୍ବାରି, ଦେବାଶିଷ ସାହୁ , ସୌମ୍ୟ ରଞ୍ଜନ ବେହେରା, ଦେବାଶିଷ ସାହୁ,ଆଶିଷ ସେଠୀ, ସୁମିତ ବେହେରା,ଶ୍ରବଣ ମାଝୀ, ବିଶ୍ଵଜିତ, ନାରାୟଣ ସାହୁ, ସରୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ୬ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଖେଳାଳି ମାନଙ୍କୁ ନେଇ ଗଠିତ ବହୁ ଦଳ ଭାଗ ନେଇଛନ୍ତି l

nis-ad
Leave A Reply

Your email address will not be published.