‘ମହିଳା ଥାନା, ମହିଳା ଓ ଶିଶୁ ଡେସ୍କର କାର୍ଯ୍ୟକାରିତା ଓ ଦକ୍ଷତା’ ପ୍ରସଙ୍ଗରେ ସଚେତନତା କର୍ମଶାଳା

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଆକ୍ସନ ଏଡ୍ ର ମିଳିତ ଉଦ୍ୟମରେ ‘ମହିଳା ଥାନା, ମହିଳା ଓ ଶିଶୁ ଡେସ୍କର କାର୍ଯ୍ୟକାରିତା ଓ ଦକ୍ଷତା’ ପ୍ରସଙ୍ଗରେ ସଚେତନତା ଆଜି ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।

ଜାତୀୟ ମହିଳା କମିଶନ ଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସପି ସାଗରିକା ନାଥ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ କୁମାର ମିଶ୍ର, ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସଚିବ ଶୁଭଶ୍ରୀ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା, ସମାଜସେବୀ ଆନନ୍ଦିନୀ ପାଢ଼ୀ, ଡିଏସପି ଗୁରୁବାରି ହେମ୍ବ୍ରମ୍, ଡିଏସପି ପ୍ରଦୀପ ବିଶ୍ଵାଳ ଯୋଗଦେଇ ‘ମହିଳା ଥାନା, ମହିଳା ଓ ଶିଶୁ ଡେସ୍କର କାର୍ଯ୍ୟକାରିତା ଓ ଦକ୍ଷତା’ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

‘ମହିଳା ଥାନାକୁ ଆସୁଥିବା ନାରୀ ନିର୍ଯାତନା, ଶିଶୁ ନିର୍ଯାତନା ଓ ମାନସିକ ବିକାରଗସ୍ତ ମହିଳାଙ୍କୁ ନିର୍ଯାତନା ସମ୍ପର୍କିତ ଅଭିଯୋଗର ଉପଯୁକ୍ତ କାଉନସେଲିଂ କରିବାକୁ ଅତିଥିମାନେ ଗୁରୁତ୍ୱ ଦେଇଥିଲେ । ପ୍ରତ୍ୟେକ ଥାନାରେ କାଉନସେଲିଂ ପାଇଁ ସ୍ୱତନ୍ତ୍ର କକ୍ଷ ରହିବା ଆବଶ୍ୟକ । ଏହା ସହିତ ଅଭିଯୋଗକାରୀ ଙ୍କ ସହିତ ଥାନାରେ ଉତ୍ତମ ବ୍ୟହହାର କରାଯିବା ଆବଶ୍ୟକ ରହିଛି । ସମସ୍ତ ଥାନାରେ ମହିଳା ଓ ଶିଶୁ ଡେସ୍କ ରହିଛି । ନ୍ୟାୟ ପାଇଁ ଥାନାକୁ ଆସୁଥିବା ପୀଡ଼ିତାଙ୍କର ପ୍ରଥମେ କାଉନସେଲିଂ କରି, ଭଲଭାବେ ଅଭିଯୋଗ ଶୁଣି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି । କେବଳ ମହିଳା ଅଧିକାରୀ ନୁହଁନ୍ତି ଥାନାରେ ଥିବା ପୁରୁଷ ଅଧିକାରୀ ମଧ୍ୟ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ ରହିଛି । ଥାନା ସହିତ ସହିତ ସ୍ୱସ୍ଥ୍ୟ ବିଭାଗ, ଶିଶୁ କଲ୍ୟାଣ କମିଟି ଓ ଅନ୍ୟାନ୍ୟ ବିଭାଗ ମଧ୍ୟ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ଏବଂ ପୀଡିତା ଙ୍କ ପ୍ରତି ପ୍ର୍ୟତେକ ଜଣ ସହାନୁଭୂତିଶୀଳ ହେବା ଉଚିତ୍ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷୀକା ସାଗରିକ ନାଥ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I

‘ଗର୍ଭସ୍ତ ଶିଶୁକନ୍ୟାଠାରୁ ଆରମ୍ଭ କରି ଶିକ୍ଷା ଗ୍ରହଣ, କର୍ମ କ୍ଷେତ୍ରରେ ଓ ପରିବାରରେ ନାରୀ ନିର୍ଯାତନାର ଶିକାର ହୋଇଆସୁଛନ୍ତି । ଶିକ୍ଷା ସ୍ୱାସ୍ଥ୍ୟ ସହିତ ନାରୀ ଓ ଶିଶୁର ସୁରକ୍ଷାକୁ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି । ମହିଳା ଥାନା ପାଇଁ ସ୍ୱତନ୍ତ୍ର କ୍ୟାଡର ଗଠନ ଓ ପାରିବାରିକ ହିଂସାର ଉପଯୁକ୍ତ କାଉନସେଲିଂ ଆବଶ୍ୟକତା ରହିଛି । ପ୍ରାଥମିକ ସ୍ତରରୁ ନାରୀ ନିର୍ଯାତନା ରୋକିବାକୁ ଅଙ୍ଗନବାଡ଼ି ଦିଦି, ଆଶା ଦିଦିଙ୍କ ଆଦି ସହାୟତା ନିଆଯାଇପାରିବ ବୋଲି କହିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ କୁମାର ମିଶ୍ର’ ।

ସୁନ୍ଦରଗଡ଼ ଜିଲ୍ଲା ଏକ ଆଦିବାସୀ ପ୍ରବଣ ଅଞ୍ଚଳ ଓ ଗାଁ ମାନଙ୍କରେ ଅଧିକ ମହିଳା ଓ ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି । ଭୃଣ ହତ୍ୟାଠାରୁ ଆରମ୍ଭ କରି ଜଣେ ନାରୀ ନିର୍ଯାତନାର ଶିକାର ହୋଇଥାଏ । ହିଂସା, ଦୁଷ୍କର୍ମ, ହିଂସା, ଦୁଷ୍କର୍ମ ଓ ନିର୍ଯାତନା ଜଣେ ନାରୀର ଶାରିରୀକ ସହିତ ମାନସିକ ସ୍ତରରେ ଅଧିକ ଆଘାତ ପହଞ୍ଚାଇଥାଏ । ଗ୍ରାମାଞ୍ଚଳର ସ୍କୁଲ ପିଲାଙ୍କଠାରୁ ଆମ୍ଭ କରି କଲେଜ ପଢୁଆ ପିଲାମାନେ ଓ ଅଭିଭାବକ ସଚେତନ ହେବା ଆବଶ୍ୟକ । ଏହା ସହିତ ବାଲ୍ୟ ବିବାହ ରୋକିବାକୁ ସିଡିପିଓ ଓ ସୁପରଭାଇଜର କାର୍ଯ୍ୟ କରୁଛନ୍ତି । ମହିଳା ଥାନାରେ ଷ୍ଟେ ହୋମର ଆବଶ୍ୟକତା ରହିଛି । ନାରୀ ଓ ଶିଶୁ ନିର୍ଯାତନା ରୋକିବାକୁ ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ତାଙ୍କ ନିମନ୍ତେ ଅନୁକୁଳ କରିବା, ଥାନା ସହିତ ସବୁ ବିଭାଗ ମଧ୍ୟରେ ଉତ୍ତମ ବୁଝାମଣା, ବ୍ଲକ ଓ ପଞ୍ଚାୟତ ସ୍ତରରେ ସର୍ଟ ଷ୍ଟେ ହୋମ୍ ବ୍ୟବସ୍ଥା, ବିଶେଷଜ୍ଞ, ଟେକ୍ଲୋଲୋଜି ସପୋର୍ଟ, ଗୋଷ୍ଠୀ ଭିତ୍ତିକ ସଚେତନା, ସ୍କୁଲ ସ୍ତରରେ ସଚେତନତା ଓ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ସୁନ୍ଦରଗଡ଼ ଜିଲ୍ଲାରେ ୧୪ଟି ଚାଇଲ୍ଡ କେୟାର ଅନୁଷ୍ଠାନ ରହିଛି । ଏଠାରେ ୧୮ ବର୍ଷରୁ କମ୍ ପିଲା ରହୁଛନ୍ତି । ଏହା ସହିତ ଜିଲ୍ଲାରେ ସ୍ୱତନ୍ତ୍ର ପୋଷ୍ୟ ସଂସ୍ଥା ରହିଛି । ଅସୁରକ୍ଷିତ ମହିଳାଙ୍କ ପାଇଁ ୱାନ୍ ଷ୍ଟପ୍ ସେଣ୍ଟର ରହିଛି । ଏହି କେନ୍ଦ୍ରକୁ ନିର୍ଯାତିତ ମହିଳା ଆସିଲେ ସବୁ ବିଭାଗର ଅଧିକାରୀ ସେମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଅଭିଯୋଗ ଶୁଣି ନ୍ୟାୟ ପ୍ରଦାନ ପାଇଁ ପଦକ୍ଷପ ଗ୍ରହଣ କରୁଛନ୍ତି । ଏହା ସହିତ ଜିଲ୍ଲାରେ ମୁକ୍ତ ଆଶ୍ରୟସ୍ଥଳ, ଆଇନ ସେବା ପ୍ରାଧିକରଣ, ସ୍ୱଧାର ଗୃହ ଓ ଉଜ୍ୱଳ ଗୃହ ରହିଛି । ଶିଶୁ ନିର୍ଯାତନାର ଶିକାର ହେଲେ ତୁରନ୍ତ ଚାଇଲ୍ଡ ଲାଇନକୁ ୧୦୮ ଓ ମହିଳା ନିର୍ଯାତନାର ଶିକାର ହେଲେ ୧୮୧ ନଂରେ କଲ୍ କରିପାରିବେ ।
କାର୍ଯ୍ୟକ୍ରମ ରେ 26 ଟି ଜିଲ୍ଲା ର ମହିଳା ଓ ଶିଶୁ ଡେସ୍କ ଏବଂ ମହିଳା ଥାନା ର ସର୍ଭେ ରିପୋର୍ଟ କୁ ଉପସ୍ଥାପନ କରାଯାଇଥିଲା I

କାର୍ଯ୍ୟକ୍ରମରେ ସୁରକ୍ଷା ଅଧିକାରୀ ଚୁଲେଶ୍ଵରି ପଟେଲ ସ୍ୱାଗତ ଭାଷଣ ରଖିଥିଲେ । ଆକ୍ସନ ଏଡ୍ ର ଆଂଚଳିକ ପରିଚାଳକ ଦେବବ୍ରତ ପାତ୍ର, ଆକ୍ସନଏଡ୍ ର ପ୍ରୋଗ୍ରାମ ଅଧିକାରୀ ବି. ଏନ. ଦୁର୍ଗା ଓ ଘାସିରାମ ପଣ୍ଡା, ମିନାକ୍ଷୀ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଯୋଗଦେଇଥିଲେ । ଏହା ସହିତ କାର୍ଯ୍ୟକ୍ରମରେ ସବୁ ବ୍ଲକର ସିଡିପିଓ, ସୁପରଭାଇଜର, ପିଆରଆଇ ସଦସ୍ୟ, କଲେଜ ଛାତ୍ରୀ, ସ୍ୱୟଂ ସୟାହିକା ଗୋଷ୍ଠୀ ର ସଦସ୍ୟ, ଆଶା କର୍ମୀ ଓ ଅଙ୍ଗନବାଡ଼ି କାର୍ମୀ ଓ ନିର୍ଯାତନାର ଶିକାର ମହିଳା ସାମିଲ୍ ହୋଇଥିଲେ ।

nis-ad
Leave A Reply

Your email address will not be published.