୧୫ ଫୁଟିଆ ଅହିରାଜ ସାପ ଉଦ୍ଧାର


ବୁଗୁଡ଼ା : ବୁଗୁଡ଼ା ବ୍ଲକ କୁଆଁନଳା ଗ୍ରାମର ଜନବସତି ନିକଟସ୍ଥ ବିଲମାଳରୁ ଏକ ୧୫ ଫୁଟିଆ ଅହିରାଜ ସାପକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନରେ କୁଆଁନଳା ଗାଁର ବିଲମାଳରେ ଲୋକେ ଧାନ କାଟୁଥିବା ବେଳେ ବିରାଟକାୟ ଅହିରାଜ ସାପଟିଏ ଦେଖିବାକୁ ପାଇଲେ । ସେମାନେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ସ୍ନେକ୍ କ୍ଯାଚର୍ ହରିଶ୍ ପାଢୀଙ୍କୁ ଡକାଇ ଥିଲେ । ହରିଶ୍ ଘଟଣା ସ୍ଥଳରେ ପହଞ୍ଚି କୌଶଳରେ ସାପଟିକୁ ଧରିନେଇ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲେ ।

nis-ad
Leave A Reply

Your email address will not be published.