ସରକାରୀ ବସଷ୍ଟାଣ୍ଡ ମରାମତି କାମ ସରିବ କେବେ ?

ଉମରକୋଟ: ବାରମ୍ବାର ବିଭିନ୍ନ ଗଣ ମାଧ୍ୟମରେ ରାଇଘରର ସରକାରୀ କାର୍ଯ୍ୟ କଳାପ ଉପରେ ପ୍ରକାଶିତ ହେବା ପରେ ସୁଦ୍ଧା ନବରଙ୍ଗପୁର ଜିଲ୍ଲା ପ୍ରଶାସନ ରାଇଘର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଛନ୍ତି । ଯାହାର ଅନୁଧ୍ୟାନ କରି ଜନ ସାଧାରଣ ପ୍ରଶ୍ନ କରିବାକୁ ଲାଗିଲେଣି ଯେ , ଅଣଦେଖାର ଏହି ପରଦା ଉପାନ୍ତ ଅଞ୍ଚଳରୁ କେବେ ଉଠିବ? ସୂଚନା ଅନୁଯାୟୀ,ଆଜକୁ ଆନୁମାନିକ ପ୍ରାୟ ଦଶ ବାର ବର୍ଷ ହେବ ଚପକା ଡିପକା ପାଖରେ ନିର୍ମିତ ବସଷ୍ଟାଣ୍ଡ ଅବହେଳିତ ଓ ଅଳିଆ ଆବର୍ଜନାରେ ଗାଈ ଗୁହାଳ ହେଇ ସାରିଛି । ଏହାର ଗୋଟିଏ ପାଖରେ ଭାଙ୍ଗି ଯାଉଥିବା ସମୟରେ ଅନ୍ୟ ପାଖରେ ମରାମତି କାମ ଚାଲୁଛି । ଓଡ଼ିଆ ଲୋକୋକ୍ତି , ‘ କତରା ଲୁଗା ସାତ ଶିଆଁ ‘ ର ବାସ୍ତବ ଚିତ୍ର ଭଳି ପ୍ରତୀତ ହେଉଛି । ତେବେ ପ୍ରଶ୍ନ ଉଠୁଛି ଏଭଳି ଆଉ କେତେ ଦିନ ଚାଲିବ ? ଦିନକୁ ଦିନ ସଦର ରାଇଘର ବଜାରରେ ଗାଡ଼ି ମଟର ପାର୍କିଙ୍ଗ ହେଉ ବା ଠିଆ କରିବା ପାଇଁ ମଧ୍ୟ କଷ୍ଟକର ହେବା ଦେଖିବାକୁ ମିଳୁଛି । ରାଇଘର ସଦର ଜନଗହଳି ଯେଉଁଠି ହୁଏ ସେହି ଜାଗାରେ ବସଷ୍ଟାଣ୍ଡ l ଦୁଇଟି ବସ ଠିଆ ହେଲେ ଟ୍ରାଫିକ ପୁରାପୁରି ଭିଡ଼ ହୋଇଯାଉଛି । ବଡ଼ ବଡ଼ ଗାଡ଼ି ଯିବା ଆସିବା କରିବା ମଧ୍ୟ କଷ୍ଟ ସାଧ୍ୟ ହୋଇ ଯାଉଛି l ଏହି ଟ୍ରାଫିକ ସମସ୍ୟାକୁ ସାମ୍ନା କରି ବେଳେ ବେଳେ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେବା ସହିତ ବିପଦର ସାମ୍ନା ମଧ୍ୟ କରି ଆସୁଥିବା ଅଭିଯୋଗ ଆଣିଛନ୍ତି l

ଚପକା ଡିପକା ପାଖରେ ଥିବା ବସଷ୍ଟାଣ୍ଡ କାର୍ଯ୍ୟ ଯେତେ ଶୀଘ୍ର ସମ୍ପୂର୍ଣ ହେଲେ ବସ ଓ ଟାକ୍ସି ସେଠି ଯାଇ ରହିଲେ ଏହି ଟ୍ରାଫିକ ସମସ୍ୟାର ଆଶୁ ସମାଧାନ ହୋଇପାରିବ ବୋଲି ରାଇଘର ଅଞ୍ଚଳର ବୁଦ୍ଧିଜୀବୀ ମାନେ କ୍ଷୋଭ କରିବା ସହିତ ମତ ପ୍ରକାଶ କରିଛନ୍ତି l ନବରଙ୍ଗପୁର ଜିଲ୍ଲାର ପ୍ରାୟ ସବୁ ଛୋଟ ବଡ଼ ବ୍ଲକରେ ବସଷ୍ଟାଣ୍ଡ ନିର୍ମିତ ଅଛି କିନ୍ତୁ ଏହି ରାଇଘର ବ୍ଲକ ବୋଧ ହୁଏ ଏକ ଉପାନ୍ତ ଅଞ୍ଚଳ ହେଇ ଥିବାରୁ ସରକାରୀ ଉଚ୍ଚ ପଦସ୍ଥ ଅଫିସର ବାବୁ ମାନେ ପ୍ରାୟ ସମସ୍ତ ଉନ୍ନତି ମୂଳକ କାମ ଅଣଦେଖା କରୁଛନ୍ତି । ଏହି ଅଣଦେଖାରୁ ସମାପ୍ତି କେବେ ହେବ? ଉଲ୍ଲେଖ ଥାଉ ଏହି ବସଷ୍ଟାଣ୍ଡର ରୁମରେ ଲାଗିଥିବା ସଟର ସବୁ କଳଙ୍କି ଲାଗି ନଷ୍ଟ ହୋଇ ଯିବା ଉପରେ । ଏଣୁ ଏହାର କଥା ନ କହିଲେ ଭଲ l ଉନ୍ନତି ମୂଳକ କାର୍ଯ୍ୟ ଜନ ସାଧାରଣରଙ୍କ କାମରେ ନ ଆସେ ତେବେ କାହା ପାଇଁ ଏ କାର୍ଯ୍ୟ ? ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସଦୟ ତୁରନ୍ତ ଏହି ରାଇଘର ଚପକା ଡିପକା ପାଖରେ ଥିବା ବସଷ୍ଟାଣ୍ଡ ଉପରେ ସତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରାୟ ଦଶ ବାର ବର୍ଷ ଧରି ଯେଉଁ କାର୍ଯ୍ୟ ଚାଲୁଛି କାହିଁକି ତାହା ଉଚିତ୍ ସମୟରେ ସମ୍ପୂର୍ଣ ହୋଇପାରୁ ନାହିଁ ତାହା ନିଶ୍ଚିତ ତଦନ୍ତ ସାପେକ୍ଷ ବୋଲି ଅଧିକାଂଶ ଜନ ସାଧାରଣ ଓ ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି l

nis-ad
Leave A Reply

Your email address will not be published.