ଫୁଲବାଣୀରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

ଫୁଲବାଣୀ : ଫୁଲବାଣୀରେ କିଛି ଦିନ ହେଲା ଅସାମାଜିକ ଓ ମଦ୍ୟପଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଜିଲ୍ଲା ସଦର ମହକୁମା ଫୁଲବାଣୀରେ ନିଶାଖୋର ମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ସଂନ୍ଧ୍ୟାରେ ସ୍ଥାନୀୟ ବ୍ୟାଘ୍ରଦେବୀ ମନ୍ଦିର ପାଶ୍ୱର୍ରେ କିଛି ଅସାମାଜିକ ଯୁବକଙ୍କ ମିଳିତ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଫୁଲବାଣୀ ଟାଉନ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି କିଛି ସ୍ୱେଚାସେବୀଙ୍କ ସହାୟତାରେ ଯୁବକଙ୍କୁ ସେଠାରୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ଆହତ ଯୁବକ ଜଣକ ଫୁଲବାଣୀ ପେଞ୍ଜିସାହି ଅଂଚଳର ଅଶୋକ କୁମାର ବେହେରା ବୋଲି ଜଣାପଡିଛି । ତେବେ ତାକୁ ସେଠାରେ ପ୍ରାୟ ୯/୧୦ ଜଣ ଯୁବକ ମିଳିତ ଭାବରେ ଆକ୍ରମଣ କରିଥିବା ନେଇ ପ୍ରତ୍ୟକ୍ଷଦର୍ଶୀ ମାନଙ୍କ ସୂତ୍ରରୁ ଜଣାପଡିଛି । ଘଟଣା ସ୍ଥଳରେ ଯୁବକଙ୍କୁ ରକ୍ତାକ୍ତ ଆବସ୍ଥାରେ ଛାଡିଦେଇ ଆକ୍ରମଣକାରୀ ମାନେ ଫେରାର ହୋଇଯାଇଥିବା ନେଇ ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡଛି । ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ନେଇ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରିଙ୍କ ସୂତ୍ରରୁ ଜଣାପଡିଛି । ତେବେ ଫୁଲବାଣୀ ସହର ଏବଂ ବିଭିନ୍ନ ସାହିରେ ପୋଲିସ ପକ୍ଷରୁ ପାଟ୍ରୋଲିଙ୍ଗ ଜୋରଦାର କରାଯିବା ସହିତ ଅସାମାଜିକ ଯୁବକ ମାନଙ୍କୁ କାବୁ କଲାଭଳି କାର୍ଯ୍ୟାନୁଷ୍ଠାନ ନନେବା ପର୍ଯ୍ୟନ୍ତ ସହରରେ ଶାନ୍ତିଶୃଙ୍ଖଳା ରହିବନାହିଁ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

nis-ad
Leave A Reply

Your email address will not be published.