‘ଦମନ’ ଦେଖିଲେ ମାଲକାନଗିରି ଜିଲ୍ଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଆଶାକର୍ମୀ

ମାଲକାନଗିରି, ୧।୧୨ ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ ନିରାକରଣ ନିମନ୍ତେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିଲା କାର୍ଯ୍ୟକ୍ରମ ଦମନକୁ ଆଖି ଆଗରେ ରଖି ଦମନ ଚଳଚ୍ଚିତ୍ରର ସୁଟିଂ ହୋଇଥିବା ବେଳେ ଆଜି ଏହି ଚଳଚିତ୍ରକୁ ଆଜି ସନ୍ଧ୍ୟାରେ ଖୋଦ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଓ ବହୁ ବରିଷ୍ଟ ପ୍ରଶାସନିକ ଅଧିକାରୀ ସିନେମା ହଲକୁ ଯାଇ ଦେଖିଛନ୍ତି । ଏହା ସହ ଆଜି ଜିଲ୍ଲାର ଅନେକ ସ୍ୱାସ୍ଥ୍ୟ ଅଧିକାରୀ ଓ ଆସା କର୍ମୀ ମାନେ ମଧ୍ୟ ଦ୍ବୀପରହର ସମୟରେ ଏକତ୍ରିତ ହୋଇ ଏହି ଚଳଚିତ୍ର ଦେଖିଛନ୍ତି । ଚଳଚ୍ଚିତ୍ର ରିଲିଜ ହେବାପରେ ବର୍ତ୍ତମାନ ଓଡ଼ିଶା ସମେତ ବାହାର ରାଜ୍ୟରେ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି। ଅନ୍ୟପକ୍ଷେ ଚଳଚ୍ଚିତ୍ର ଦମନ ଶିକ୍ଷଣୀୟ ଏବଂ ଉପାଦେୟ ହୋଇଥିବାରୁ ସରକାର ମଧ୍ୟ ଦେୟମୁକ୍ତ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲା ପ୍ରଶାସନ, ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାଭିମାନ ଅଞ୍ଚଳର ଆଶା କର୍ମଚାରୀମାନଙ୍କୁ ଆଜି ଦମନ ଚଳଚିତ୍ର ଦେଖାଇବାକୁ ଜିଲ୍ଲା ସଦରରେ ଥିବା ଯେ ମ୍ୟାକ୍ସ ସିନେମା ହଲରେ ସମସ୍ତ ବ୍ୟବସ୍ତା କରଯାଇଥିଲା । ସେହିପରି ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଶ୍ରୀ ସିଂଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକ, ପିଡି ଡିଆର ଦିଏ ରତ୍ନାକର ସାହୁ, ଇଉପିଏ ଜିଲ୍ଲାପାଳ ଅକ୍ଷୟ ଖେମୁଡୁ, ପିଏ ଆଇଟିଡିଏ ତ୍ରିନାଥ ମାଝି, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦଙ୍କ ସହ ବହୁ ଅଧିକାରୀ ଓ କର୍ମଚାରୀ ଏହି ସିନେମା ଦେଖିବା ପାଇଁ ଯାଇଥିବା ଦେଖିବାକୁ ମିଳିଥିଲା ।

nis-ad
Leave A Reply

Your email address will not be published.