ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବୁଗୁଡା : ବୁଗୁଡ଼ା ବ୍ଲକର ଅନ୍ତରପଡା ଗ୍ରାମସ୍ଥ ଶାହଙ୍କୁଳାଈ ବିଦ୍ଯାପୀଠ ପକ୍ଷରୁ ପ୍ରଧାନଶିକ୍ଷକ କୃତିବାସ ପଟ୍ଟନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅନ୍ତରପଡା ସରପଞ୍ଚ ବସନ୍ତ କୁମାର ଶତପଥି, ପ୍ରାକ୍ତନ ସରପଞ୍ଚ ସନ୍ତୋଷ କୁମାର ଭୋଳ , ପୂର୍ବତନ ଶିକ୍ଷକ ମଧୁସୂଦନ ପ୍ରଧାନ ଓ ଛାତ୍ର ପତ୍ଯୁଷ ଦାସ ଯୋଗ ଦେଇଥିଲେ । ଏ ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃତିବାସ ପଟ୍ଟନାୟକଙ୍କୁ ମାନପତ୍ର, ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।ବିଦ୍ୟାଳୟର ଅନ୍ଯ ଶିକ୍ଷକଗଣ ଏବଂ ଛାତ୍ରଛାତ୍ରୀମାନେ ବିଦାୟୀ ପ୍ରଧାନଶିକ୍ଷକଙ୍କ ଗୁଣଗାନ କରିଥିଲେ । ପରିଶେଷରେ ଉକ୍ତ କାର୍ଯ୍ୟକ୍ରମର ସଂଯୋଜକ ପ୍ରଦୀପ୍ତ କୁମାର ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.