ବାଲିପଦରରେ ମହାଲକ୍ଷ୍ମୀ ପୂଜା

ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଗାଁରେ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଶ୍ରୀରାମ ପରିବା ସଙ୍ଘ ଓ ବଣିକ ସଙ୍ଘର ମିଳିତ ଉଦ୍ୟମରେ ବସଷ୍ଟାଣ୍ଡ ଛକରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ମହାଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରା ଯାଉଛି l ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଉତ୍ସବ ଦଶ ଦିନ ବ୍ୟାପି ଚାଲିବାକୁ ଥିବାରୁ ବାଲିପଦର ଅଞ୍ଚଳ ଏବେ ଉତ୍ସବ ମୁଖର ହୋଇ ପଡିଛି l ପ୍ରତ୍ଯେକ ଦିନ ମାଣ ପୂଜା, ଷୋଡଶ ଉପଚାର ପୂଜା, ହୋମ, ଆଳତି ଆଦି ଵିଧି ପୂର୍ବକ ଅନୁଷ୍ଠିତ ହେଉଛି l କର୍ତ୍ତା ଭାବେ କୃଷ୍ଣମୂର୍ତ୍ତି ଆଚାରୀ ଓ ପୁରୋହିତ ଭାବେ ପଣ୍ଡିତ ଜଗନ୍ନାଥ ଶତପଥୀ, ପ୍ରଦ୍ୟୁମ୍ନ ଖାଡ଼ଙ୍ଗା ଓ ସରୋଜ କାନ୍ତ ତ୍ରିପାଠୀ ଦାୟିତ୍ୱ ନିର୍ବାହ କରୁଛନ୍ତି l

nis-ad
Leave A Reply

Your email address will not be published.