ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ବିୟୋଗରେ ଫଲଗୁ ସାହିତ୍ୟ ସଂସଦର ଶୋକ

ବ୍ରହ୍ମପୁର : ଓଡ଼ିଆ ଭାଷା ସାହିତ୍ୟ ଜଗତର ସମୃଦ୍ଧ ଉଚ୍ଚାରଣ ଯଶସ୍ବୀ ସାରସ୍ୱତ ସ୍ରଷ୍ଟା, ଗବେଷକ, ଶିକ୍ଷାବିତ, ସଂସ୍କୃତ ଓ ସଂସ୍କୃତି ପ୍ରେମୀ, ଆଲୋଚକ, ଅତିବଡି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ସାହିତ୍ୟିକ ତଥା ଫଲଗୁ ସାହିତ୍ୟ ସଂସଦର ଉପଦେଷ୍ଟା ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ବିୟୋଗ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଫଲଗୁ ପାଇଁ ତଥା ଓଡ଼ିଆ ଭାଷା ସାହିତ୍ୟାକାଶର ଏକ ଅପୂରଣୀୟ କ୍ଷତି ବୋଲି ସଂସଦ ତରଫରୁ ସଦସ୍ୟମାନେ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଓଡ଼ିଆ ସଂସ୍କୃତ ଏବଂ ତେଲୁଗୁ ଭାଷା ସାହିତ୍ୟରେ ନିଜ ପ୍ରଚଣ୍ଡ ପ୍ରତିଭା ବଳରେ ଦୀର୍ଘ ଛଅ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବରେ ପ୍ରଫେସର ଆଚାର୍ଯ୍ୟ ଯେଉଁ ଅମ୍ଳାନ କୃତି ଓ କୀର୍ତ୍ତି ଛାଡି ଚାଲିଯାଇଛନ୍ତି ସେ ଚିର ସ୍ମରଣୀୟ ହୋଇ ରହିବେ। ପ୍ରଫେସର ଆଚାର୍ଯ୍ୟଙ୍କ ଉଦାରତା ଏବଂ ସରଳ ଜୀବନଶୈଳୀ ଅନେକଙ୍କ ପାଇଁ ଆଦର୍ଶ ହୋଇ ରହିବ। ଆଜି ପ୍ରଫେସର ଆଚାର୍ଯ୍ୟଙ୍କ ବାସଗୃହ ଯତିରାଜ ଭବନରେ ସଂସଦର ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚଉଧୁରୀ, ସମ୍ପାଦକ ଡା: ସାଗର ରଞ୍ଜନ ତ୍ରିପାଠୀ ଅନ୍ତିମ ଦର୍ଶନ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସଂସଦର କାର୍ଯ୍ୟକାରୀ ସଭାପତି ମେଜର ରମାରମଣ ପାଢ଼ୀ, କୋଷାଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଦାଶ, ସୁଲେଖିକା ଅମିତା ମିଶ୍ର(ଦାଶ), ସ୍ବର୍ଣ୍ଣମୟୀ ପାଢି, ସୁଚନା ପାଢ଼ୀ, ଡ଼: ପ୍ରମୋଦିନୀ ହୋତା, ସୁଚେତା ପାଣିଗ୍ରାହୀ, ପ୍ରଫେସର ମୋହନ ପଟ୍ଟନାୟକ, ସୁରେଶ ମହାପାତ୍ର, ଭରତ ପଣ୍ଡା, ପୁରୀ ଶ୍ରୀମନ୍ଦିରର ପ୍ରାକ୍ତନ ପ୍ରଶାସକ ମହୀମୋହନ ତ୍ରିପାଠୀ, ସଂସଦର ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

nis-ad
Leave A Reply

Your email address will not be published.