ପିପୁଲ୍ସ କଲେଜରେ ବିଶ୍ବ ଏଡ୍ସ ଦିବସ ପାଳିତ

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ଯୁବ ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ତରଫରୁ ବିଶ୍ବ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଯୁବ ରେଡକ୍ରସର ସଂଯୋଜକ ବିନୋଦ କୁମାର କରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିଥି ଭାବେ ଅଧ୍ଯାପକ ପ୍ରଦୀପ କୁମାର ଦାଶ ଓ ଅକ୍ଷୟ କୁମାର ସାହୁ , ବୁଗୁଡ଼ା ପିଏଚ୍ଇଓ ରଜନୀ କୁମାରୀ ପୃଷ୍ଟି , ସିଏଚ୍ଓ ଚିନ୍ମୟ ପାତ୍ର ପ୍ରମୁଖ ଯୋଗ ଦେଇ ଏଡ୍ସ ରୋଗର କାରଣ ଓ ପ୍ରତିକାର ସମ୍ପର୍କେ ଆଲୋକପାତ କରିବା ସହ ଏହା ବିରୋଧରେ ଲଢିବାକୁ ଆହ୍ବାନ ଦେଇଥିଲେ । ଏ ଉପଲକ୍ଷେ ଯୁବ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବର ସ୍ବେଛାସେବୀମାନେ ଏକ ଶୋଭାଯାତ୍ରାରେ ବାହାରି ଜନ ସଚେତନତା ସୃଷ୍ଟି କରିଥିଲେ । ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଯୁବ ରେଡକ୍ରସର ସଂଯୋଜିକା ଅଧ୍ଯାପିକା ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.