ଭୁବନେଶ୍ୱର ୦୧।୧୨ : ରାଜ୍ୟରେ ୨୦୨୦-୨୨ରୁ କୋଭିଡ଼-୧୯ରେ ୨୦ହଜାରରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହାସହିତ ବନ୍ୟା, ବାତ୍ୟା, ମରୁଡି ଓ ପ୍ରବଳ ବର୍ଷା ଯୋଗୁଁ ବିଗତ ୧୦ ବର୍ଷ ଭିତରେ ୨୨୭ ଜଣଙ୍କ ପ୍ରାଣ ଯାଇଛି ବୋଲି ଗୃହରେ ଉତ୍ତର ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ. ୨୦୧୮ରେ ହୋଇଥିବା ବାତ୍ୟା ତିତିଲିରେ ସର୍ବାଧିକ ୭୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୯ ରେ ହୋଇଥିବା ବାତ୍ୟା ଫନିରେ ୬୪,୨୦୧୩ ଫାଇଲିନରେ ୨୨ ଜଣ ଏବଂ ୨୦୨୦ମ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ୩୮ ଜଣଙ୍କର ଜୀବନ ଯାଇଛି । ବାତ୍ୟା ଆମ୍ଫାନ, ବୁଲବୁଲ, ଗୁଲାବ, ଜୱାଦରେ କୌଣସି ଜୀବନ ହାନୀ ଘଟିନାହିଁ । ୨୦୧୨ରୁ ଅଦ୍ୟାବଧି ହୋଇଥିବା ବନ୍ୟା, ବାତ୍ୟା, ମରୁଡି, ପ୍ରବଳ ବର୍ଷାରେ ୪୦ ହଜାରରୁ ଅଧିକ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ୨୦୧୨ ଓ ୨୦୧୬ ମସିହାରେ କୌଣସି ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ହୋଇନାହିଁ । ଫାଇଲିନ ବାତ୍ୟାରେ ସର୍ବାଧିକ ୧୪ହଜାର ୩୭୩ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଫନିରେ ୯ ହଜାର ୩୩୬ କୋଟିର କ୍ଷୟକ୍ଷତି ହୋଇଛି । କେନ୍ଦ୍ରରୁ ପ୍ରାୟ ୬ ହଜାର ୩୦୦ କୋଟି ଟଙ୍କାର ସହାୟତା ମିଳିଛି । ତେବେ ଗତ ୫ ବର୍ଷ ମଧ୍ୟରେ ବନ୍ୟା, ବାତ୍ୟା, ମରୁଡି, ମାଟି ଅତଡା ଖସିବା ଅଂଶୁଘାତ, ସାପ କାମୁଡା, ପାଣିରେ ବୁଡି ଜୀବନ ଯିବା, ଡଙ୍ଗା ବୁଡି, ବନ୍ୟାରେ ଭାସିଯିବା ଯୋଗୁଁ ୧୪ ହଜାର ୪୦୭ଜଣଙ୍କ ଜୀବନ ଯାଇଛି ।