ଜେଏସଡବ୍ଲୁ ଅଧ୍ୟକ୍ଷଙ୍କ ବଡ଼ ଘୋଷଣା; ରାଜ୍ୟରେ ହେବ ଆଉ ଲକ୍ଷେ କୋଟି ନିବେଶ

ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଆଜି ଦ୍ୱିତୀୟ ଦିନ । ଓଡ଼ିଶା ପାଇଁ ଜେଏସଡବ୍ଲୁ ଅଧ୍ୟକ୍ଷଙ୍କ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଆଉ ୧ଲକ୍ଷ କୋଟିର ପୁଞ୍ଜି ନିବେଶ କରିବା ନେଇ ଘୋଷଣା ହୋଇଛି । ଷ୍ଟିଲ ଓ ସୋଲର କ୍ଷେତ୍ରରେ କମ୍ପାନୀ ପୁଞ୍ଜି ନିବେଶ କରିବ ବୋଲି ଜେଏସଡବ୍ଲୁ ଅଧ୍ୟକ୍ଷ କହିଛନ୍ତି । ପୂର୍ବରୁ ୨୦୧୮ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ୬୦ ହଜାର କୋଟି ପୁଞ୍ଜି ନିବେଶ କରିଥିଲା ଜେଏସଡବ୍ଲୁ ।

ଚଳିତ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ୧୨୪ ଜଣ ବକ୍ତା ଭାଗ ନେଇଛନ୍ତି । ଆୟୋଜିତ କନକ୍ଲେଭରେ ୩୮ଟି କାର୍ଯ୍ୟକ୍ରମ ମଧ୍ୟ ନିର୍ଦ୍ଧାରଣ ହୋଇଛି । ଓଡ଼ିଶା ସରକାର ଏକ ବୃହତ ତଥା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ଯେଉଁଠାରେ ଏହି କନକ୍ଲେଭର ସଫଳ ନିରୂପଣ ହେବାକୁ ଯୋଜନା ଏବଂ କାର୍ଯ୍ୟକାରିତା ପାଇଁ ୨୨ଟି ବିଭାଗ ପକ୍ଷରୁ କାର୍ଯ୍ୟଭାର ଗ୍ରହଣ କରାଯାଇଛି । ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୨କୁ ଅଧିକରୁ ଅଧିକ ଲୋକଙ୍କୁ ଅବଗତ କରିବା

ସହ ଏହାକୁ ତ୍ବରାନ୍ବିତ କରିବା ପାଇଁ ଗତ ତିନିମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ କୋଏମ୍ବାଟୁର, ଜାମସେଦପୁର, ଅହମ୍ମଦାବାଦ, ଲକ୍ଷ୍ନୌ, ନୂଆଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ ତଥା ବିଭିନ୍ନ ମେଟ୍ରୋ ସହର ଏବଂ ଦୁବାଇରେ ମଧ୍ୟ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏହି ସମସ୍ତ ରୋଡ୍-ଶୋରୁ ବହୁଳ ଭାବରେ ସକାରାତ୍ମକ ପ୍ରତିକ୍ରିୟା ପାଇବା ପରେ କନକ୍ଲେଭ କର୍ପୋରେଟ୍ ଇଣ୍ଡିଆରୁ ବହୁଳ ଭାବରେ ଅଂଶଗ୍ରହଣ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

nis-ad
Leave A Reply

Your email address will not be published.