ପଦ୍ମପୁରରେ ବିଧାନସଭା ଚାଲିଛି: ଜୟନାରାୟଣ ମିଶ୍ର

ସମ୍ବଲପୁର: ଏବେ ବିଧାନସଭା ତ ପଦ୍ମପୁରରେ ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ବୋଧହୁଏ ଚାଲିବ ଏବଂ ଏହା ପରେ କଣ ହେବ ଦେଖାଯିବ ବୋଲି ରାଜ୍ୟ ସରକାରଙ୍କୁ କଟାକ୍ଷକରି ବିଧାନସଭାରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ପଶ୍ଚିମ ଓଡିଶା ହାଇକୋର୍ଟ ବେଞ୍ଚ ସ୍ଥାପନ ସଂକ୍ରାନ୍ତରେ ବୁଧବାର ସମ୍ବଲପୁରର କଚେରୀ ଛକ ଠାରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇ ଏହା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି । ଏହି ଅବସରରେ ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତର ରଖି ସେ ଆହୁରୀ କହିଛନ୍ତି ଯେ, ଆମେ ଏହି ଆନ୍ଦୋଳନର ଅଂଶ ବିଶେଷ ଏବଂ ସାଥିରେ ଅଛୁ ।

ସମ୍ବଲପୁରରେ ହାଇକୋର୍ଟର ବେଞ୍ଚ ସ୍ଥାପନ ହେବା ପାଇଁ ମୁଁ ଆଗରୁ ମଧ୍ୟ ଦାବି କରି ଆସୁଛି ଏବଂ ବିଧାନସଭାରେ ଅନେକବାର କଥା ଉଠାଇଛି । ଗଣତାନ୍ତ୍ରିକ ଆନ୍ଦୋଳନ ଗୁଡିକୁ ସବୁ ସମୟରେ ପୁଲିସ ଚପାଇ ଦେବାର ଚେଷ୍ଟା କରିଥାଏ । ଆମେ କୌଣସି ପ୍ରକାରର ଅତ୍ୟଧିକ ଓ ମାତ୍ରାଧିକ କାର୍ଯ୍ୟକୁ ନିନ୍ଦା କରୁଛୁ । ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବାର ସମସ୍ତଙ୍କର ଅଧିକାର ରହିଛି ।

ସରକାର ଆଇନକୁ ଦ୍ୱାରଦେଶରେ ପହଞ୍ଚାଇବା କଥା କହୁଥିବା ବେଳେ ଦେଶର ଅନେକ ରାଜ୍ୟରେ ହାଇକୋର୍ଟ ବେଞ୍ଚ ରହିଛି । ଓଡିଶାରେ କ୍ଷମତାକୁ କେନ୍ଦ୍ରୀଭୂତ ନକରି ବିକେନ୍ଦ୍ରୀକରଣ କରିବାରେ କୌଣସି ଆପତ୍ତି ନ ହେବା କଥା । ରାଜ୍ୟ ସରକାରଙ୍କ ଟାଳଟୁଳ ନିତି ପାଇଁ ଏହି ସମସ୍ୟା ରହିଛି ଏବଂ ଆଗାମୀ ଦିନରେ ଯାହା ସମସ୍ୟା ହେବ ସେଥି ପାଇଁ ସରକାର ଦାୟୀ ବୋଲି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି ।

nis-ad
Leave A Reply

Your email address will not be published.