ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ରୁମ୍ ବୁକିଙ୍ଗ ନାଁରେ ଅନଲାଇନ ଠକେଇ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ରୁମ୍ ବୁକିଙ୍ଗ ନାଁ ରେ ଅନଲାଇନ ଠକେଇ ଘଟଣା ନେଇ ସାଇବର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଛି। ଫେକ୍ ୱେବ୍ ସାଇଟ୍ ଖୋଲି ଠକେଇ କରିଥିବା ଅଭିଯୁକ୍ତ ପ୍ରମୋଦ ଶାହାର ସମସ୍ତ ତଥ୍ୟ ପୋଲିସ ହାତରେ ଲାଗିଛି। ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ଏନେଇ ସବିଶେଷ ତଥ୍ୟ ଗଣମାଧ୍ୟମକୁ ଦେବା ଠିକ୍ ହେବ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ପକ୍ଷରୁ ଖୁବଶୀଘ୍ର ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ତାକୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି।

ପୁରୀ ବଡ଼ଦାଣ୍ଡ ସ୍ଥିତ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ନାଁରେ ଫେକ୍ ଆଇଡି କରି ପ୍ରମୋଦ ଶାହା ନାମକ ଜଣେ ବ୍ୟକ୍ତି ଏହି ଅନଲାଇନ ଠକେଇ କରୁଥିଲା। ଏ ନେଇ ଗତକାଲି ସାଇବର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଗୋ ଡାଡି ସାଇଟରେ ନୀଳାଚଳ ଭକ୍ତ ନିବାସ ୮୯ ନାମକ ଏକ ଫେକ୍ ଆଇଡି ଖୋଲିଥିଲା ସମ୍ପୃକ୍ତ ଅଭିଯୁକ୍ତ। ତେବେ ଶ୍ରୀମନ୍ଦିର ପ୍ରଶାସନର ଥିବା ଅଫିସିଆଲ୍ ୱେବ୍ ସାଇଡ୍ www.shreejagannath.in କୁ ଯାଇ ଭକ୍ତ ମାନେ ସମସ୍ତ ଯାତ୍ରୀ ନିବାସରେ ଅନଲାଇନ ମାଧ୍ୟମରେ ରୁମ୍ ବୁକ୍ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏଥିରେ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ସମସ୍ତ ଯାତ୍ରୀ ନିବାସର ଫୋନ ନମ୍ବର, ମ୍ୟାନେଜରଙ୍କ ଫୋନ୍ ନମ୍ବର ମଧ୍ୟ ଉପଲବ୍ଧ ରହିଛି। ଏଣୁ ଅଲଗା ସାଇଡକୁ ଯାଇ ରୁମ୍ ବୁକ୍ କରିବାର କୈାଣସି ଆବଶ୍ୟକତା ନାହିଁ ବୋଲି  ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.