ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ମାନସିକ ନିର୍ଯାତନା ଅଭିଯୋଗ

ଖୋର୍ଦ୍ଧା ୨୪/୧୧: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କ ନାମରେ ମାନସିକ ନିର୍ଯାତନା ଅଭିଯୋଗ। ଏପରି ଅଭିଯୋଗ ଆଣିଛନ୍ତି ତାଙ୍କ ବ୍ୟକ୍ତିଗତ ସହାୟକ (ପିଏ)ଙ୍କ ପତ୍ନୀ ସବିତା ନାୟକ। ଖୋର୍ଦ୍ଧା ଆଦର୍ଶ ଥାନାରେ ସେ ଏନେଇ ଏତଲା ଦେଇଛନ୍ତି। ସୂଚନା ଥାଉକି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ହେମନ୍ତ ଭୋଇ ବ୍ୟକ୍ତିଗତ  ବ୍ୟକ୍ତିଗତ ସହାୟକ ଭାବେ କାର୍ଯ୍ୟରତ ଥିଲେ।

ଅଭିଯୋଗ ଅନୁସାରେ, ଜିଲ୍ଲାପାଳ ଅନେକ ଥର ତାଙ୍କ ପିଏଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହ ଜାତିଆଣ ଆକ୍ଷେପ କରି ସବୁବେଳେ ଗାଳିଗୁଲଜ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ହେମନ୍ତ। ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟରେ ହେମନ୍ତଙ୍କୁ କାମ କରିବାକୁ କହୁଥିବା ଅଭିଯୋଗ ହୋଇଛି। ଏନେଇ ହେମନ୍ତଙ୍କ ସ୍ତ୍ରୀ ସବିତା ନାୟକ ଖୋର୍ଦ୍ଧା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ଖୋର୍ଦ୍ଧା ଏସଡିପିଓ ଏବଂ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢୀଙ୍କ ଉପସ୍ଥିତରେ ଅଭିଯୋଗ କାରିଣୀଙ୍କୁ ବୁଝାସୁଝା କରାଯାଇଥିବା ଜଣାପଡ଼ିଛି।

ସେପଟେ ଏହି ଅଭିଯୋଗରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିନାହିଁ। ଅନ୍ୟପଟେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଏହା ଜାଣିବା ପରେ ଖୋର୍ଦ୍ଧା ଆଦର୍ଶ ଥାନାକୁ ଆସିଥିଲେ। କିନ୍ତୁ ଏପରି ବିଷୟରେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ‘’ଏହା ଆମର ଘର କଥା, ଜିଲ୍ଲାପାଳ ଆମର ମୁଖ୍ଯ। କଣ ଘଟଣା ହୋଇଛି? ଏନେଇ ଆମେ ବୁଝୁଛୁ’’ ସେପଟେ ହେମନ୍ତଙ୍କ ସ୍ତ୍ରୀ ସବିତା ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖିଥିବା କହିଛନ୍ତି।

nis-ad
Leave A Reply

Your email address will not be published.