ମାଟ୍ରିକ୍ ଏସ୍ଏ-୧ ପରୀକ୍ଷା ଆରମ୍ଭ , ୧୦ ପରୀକ୍ଷା କେନ୍ଦ୍ରରେ ୧୬୮୨ ପରୀକ୍ଷାର୍ଥୀ

ବୁଗୁଡ଼ା : ଚଳିତ ଶିକ୍ଷାବର୍ଷ ୨୦୨୨-୨୩ର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇଯାଇଛି । ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ୨୭ଟି ହାଇସ୍କୁଲର ମୋଟ ୧୭୩୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬୮୨ ଜଣ ପରୀକ୍ଷା ଦେଇଥିବା ବେଳେ ୫୩ ଜଣ ଅନୁପସ୍ଥିତ ରହିଥିଲେ । ମୋଟ ୧୦ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ବାଲିପଦର ହାଇସ୍କୁଲ କେନ୍ଦ୍ରରେ ସର୍ବାଧିକ ୨୬୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ୨୪୪ ଜଣ , ବି.କରଡ଼ାବାଡ଼ି ହାଇସ୍କୁଲ କେନ୍ଦ୍ରରେ ୧୯୪ ଜଣ , ତାଳସାକର ହାଇସ୍କୁଲ କେନ୍ଦ୍ରରେ ୧୭୮ ଜଣ , ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୭୭ ଜଣ , ପୋଚାଲୁଣ୍ଡି ହାଇସ୍କୁଲ କେନ୍ଦ୍ରରେ ୧୪୮ ଜଣ , ବୁଦ୍ଧଗିରି ବିଦ୍ୟାପୀଠ କେନ୍ଦ୍ରରେ ୧୪୬ ଜଣ , ପଙ୍କଳବାଡି ହାଇସ୍କୁଲ କେନ୍ଦ୍ରରେ ୧୩୫ ଜଣ , ମାଣିତରା ହାଇସ୍କୁଲ କେନ୍ଦ୍ରରେ ୧୧୫ ଜଣ ଏବଂ କରଚୁଲି ହାଇସ୍କୁଲ କେନ୍ଦ୍ରରେ ସର୍ବନିମ୍ନ ୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡିଛି । ଉକ୍ତ ପରୀକ୍ଷାର ପ୍ରଶ୍ନପତ୍ର ଗୁଡିକୁ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ନୋଡାଲ୍ ସେଣ୍ଟରରେ ପୋଲିସ ପହରା ସହ କଡା ସୁରକ୍ଷା ମଧ୍ୟରେ ରଖାଯାଇଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.