ପୂର୍ତ୍ତ ବିଭାଗ ନା ଗର୍ତ୍ତ ବିଭାଗ..! : ରାଇଘର ଉମରକୋଟ ମୁଖ୍ୟ ରାସ୍ତା ପାଲଟିଛି ମରଣ ଯନ୍ତା…

ରାସ୍ତା ସଜଡା ନାମରେ ହୋଇଛି ହରଲୁଟ…!


ଉମରକୋଟ : ରାଇଘର ବ୍ଲକ ଏକ ମାଓ ପ୍ରଵଣ ଅଞ୍ଚଳ ହୋଇ ଥିବାରୁ ଏହାର ସୁଯୋଗ ନେଇ ପ୍ରଶାସନ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ମନ ଇଚ୍ଛା ଅତି ରୁ ଅତି ନିମ୍ନ ମାନର କାର୍ଯ୍ୟ କରି ଦିନ ଦିପହରରେ ସରକାଙ୍କ ଅର୍ଥ ହରଲୁଟ କରୁଥିବା କୁ ନେଇ ବାରମ୍ବାର ଅଭିଯୋଗ ହେଲେ ବି ସରକାରୀ ବାବୁ ମାନେ ଆଖିରେ ଅନ୍ଧ ପୁଟଳି ବାନ୍ଧି ମୋଟା ଅଙ୍କର କମିଶନ ନେଇ ଚୁପ ରହୁଥିବା ଦେଖିବାକୁ ମିଳୁଛି , ଦିବା ଆଲୋକ ରେ ରାଇଘର ଉମରକୋଟ ମୁଖ୍ୟ ରାସ୍ତା ଯାହାକି SH 40 ଏହି ରାସ୍ତାରେ ଯିବା କାଠିକରପାଠ ଯାହାକି ମରଣ ଯନ୍ତା ପାଲଟିଛି କହିଲେ କିଛି ଭୁଲ ହେବନାହିଁ, ଏଠାରେ ସୂଚନା ଥାଉକି ଏହି ରାସ୍ତା ଦେଇ ନେତା, ମନ୍ତ୍ରୀ, ଓ ସରକାରୀ ବାବୁ ମାନେ ପ୍ରତ୍ୟେକ ସମୟରେ ଉମରକୋଟରୁ ରାଇଘର ଆସୁଛନ୍ତି କିନ୍ତୁ ଏହି ଭଳି ନିମ୍ନ ମାନର କାମ ପ୍ରତି କାହାର ନଜରକୁ ନଆସିବା ଦୁର୍ଭାଗ୍ୟ ର ବିଷୟ , ଏଠାରେ ସୂଚନା ଥାଉକି ଏହି ରାସ୍ତା ର ଅବସ୍ଥା ଦେଖି ଅଭିଯୋଗ କୁ ଭିତ୍ତି କରି ଗତ 18/11/2022 ରେ ଏହି ରାସ୍ତା ରିପିଆର କରାଯାଇଥିଲା କିନ୍ତୁ ମାତ୍ର ୨ ଦିନ ପରେ ରାସ୍ତା ଆଗରୁ ଯେମିତି ଥିଲା ସେମିତି ଦେଖିବାକୁ ମିଳିଲା, ଏତେ ନିମ୍ନ ମାନର SH 40 ରାସ୍ତା ରିପିୟାର ବୋଧ ହୁଏ କୌଣସି ସ୍ଥାନରେ ଦେଖିବାକୁ ମିଳିବ ନାହିଁ, ରିପିୟାର କାମରେ ନା ଅଛି ପିଚୁ ନା ଅଛି ସିମେଣ୍ଟ ଖାଲି ବାଲି ଓ ଚିପିଚ ଦେଇ ପାଣି ପକାଇ SH 40 ରାସ୍ତା ରିପିୟାର କରାଯାଇଛି ଏବଂ ସରକାରୀ ଅନୁଦାନ କୁ ମିଥ୍ୟା ଵିଲ କରି ଚଳୁ କରାଯାଇଛି ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ରାଇଘର ଓ ଉମରକୋଟ ରାସ୍ତାରେ ଦିନକୁ ଶହ ଶହ ଲୋକ ଯାତୟତ କରୁଛନ୍ତି କିନ୍ତୁ ଠିକାଦାର ମହାଶୟ କାହାକୁ ଖାତିର ନ କରି ଦିବା ଆଲୋକରେ ଯଦି ଏହି ଭଳି କାମ କରି ପାରୁଛି ହେଲେ ତେବେ ସୀମାନ୍ତ ବର୍ତ୍ତି ଅଞ୍ଚଳର ଅବସ୍ଥା କଣ ହେଇ ପାରେ, ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ଅଞ୍ଚଳ ପ୍ରତି ଧ୍ୟାନ ଦେଇ ସମସ୍ତ ଉର୍ନୟନ ମୂଳକ କାର୍ଯ୍ୟର ଭିଜିଲାସନ୍ସ ଦ୍ଵାରା ତଦନ୍ତ ପରିସର ଭୁକ୍ତ କରି ତଦନ୍ତ କରାଯାଉ ବୋଲି ସାଧାରଣ ରେ ଦାବି ହୋଇଛି

nis-ad
Leave A Reply

Your email address will not be published.