ଲକ୍ଷ୍ମଣଙ୍କ ବୀରତ୍ଵ ଓ ବଳିଦାନ ଦେଶପ୍ରେମର ଅନନ୍ୟ ଉଦାହରଣ

ବିଭିନ୍ନ ସ୍ଥାନରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ ।

ମାଲକାନଗିରି : ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ଵର ଚନ୍ଦ୍ର ନାଏକ ଯୋଗ ଦେଇ ଲକ୍ଷ୍ମଣଙ୍କ ବୀରତ୍ଵ ଓ ବଳିଦାନ ଦେଶପ୍ରେମର ଅନନ୍ୟ ଉଦାହରଣ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ କୃପାସିନ୍ଧୁ ବେହେରା ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବକ୍ତୃତା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ନାୟକ, ମଡେଲ ଡିଗ୍ରୀ କଲେଜର ନିବେଦିତା ମିଶ୍ର ଏବଂ ସତ୍ୟ ନାରାୟଣ କଲେଜର ଅଭିଷେକ ପଟ୍ଟନାୟକ , କେନ୍ଦ୍ରୀୟ ବିଦ୍ୟାଳୟର ରୁଦ୍ର ମାଧବ ଚୌଧୁରୀଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ଯୁଗ୍ମ ଭାବେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଏହି ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ସରୋଜ ଦାସ , ଅଧ୍ୟାପକ , ଅଧ୍ୟାପିକା , ଶିକ୍ଷାର୍ଥୀବୃନ୍ଦଙ୍କ ସମେତ ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ସେହିଭଳି ମାଲକାନଗିରି ତହସିଲ ଅଫିସ ମଧ୍ୟରେ ଥିବା ପ୍ରତିମୂର୍ତ୍ତି ରେ ସମାଜ ସେବୀ,ମିଡ଼ିଆ ବନ୍ଧୁ ଓ ସରକାରୀ କର୍ମଚାରୀ ସମବେତ ଭାବେ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.