ସିମନବାଡ଼ିରେ ସୁନେତ୍ର କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିମନବାଡ଼ି, ବାଡ଼ାବାଙ୍ଗା, କିରୀକୁଟି, ତିଲୋରୀ, ବୁଡାଗୁଡା ଓ ଗୁମିକିଆ କ୍ଲଷ୍ଟରରୁ ୪୩୨ ଜଣ ଛାତ୍ରଛାତ୍ରୀ ନିଜର ଆଖି ପରୀକ୍ଷା କରାଇଥିଲେ । ସେଥି ମଧ୍ୟରୁ ୧୦୧ ଜଣଙ୍କୁ ଚଷମା ଦେବାପାଇଁ ସ୍ଥିର କରାଯାଇଥିବା ବେଳେ ୮ ଜଣଙ୍କୁ ଫୁଲବାଣୀ ମେଡିକାଲକୁ ଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଫୁଲବାଣୀ ମେଡିକାଲରୁ ଚକ୍ଷୁ ବିଶେଷଜ୍ଞ ଦେବଜିତ ଦାସ, ଦାରିଙ୍ଗବାଡ଼ି ମେଡିକାଲର ଚକ୍ଷୁ ପରୀକ୍ଷକ ଏସ.ଏ ମାହୀର, ରାଇକିଆ ମେଡିକାଲର ଚକ୍ଷୁ ଚିକିତ୍ସକ ସୁବାସିସ ପଣ୍ଡା, ଫୁଲବାଣୀ ମେଡିକାଲର ଚକ୍ଷୁ ଚିକିତ୍ସକ ଅର୍ଚନା ସ୍ୱାଇଁ ପ୍ରମୁଖ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ ଷଡ଼ଙ୍ଗୀ,ରଶ୍ମିତା ସେନାପତି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.