ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବୁଗୁଡ଼ା : ବୁଗୁଡ଼ା ସହର ଅରବିନ୍ଦ ନଗର ୪ର୍ଥ ଗଳିରେ ଶୁକ୍ରବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଯୁବକ ଜଣକ ହେଲେ ଜିତେନ୍ କୁମାର ସାହୁ (୩୫) । ପ୍ରକାଶ ଯେ , ପାରିବାରିକ ଅଶାନ୍ତି କାରଣରୁ ଜିତେନ୍ ଘର ଛାତରେ ଥିବା ଫ୍ଯାନରେ ରଶି ଲଗାଇ ଝୁଲି ପଡିଥିଲେ । ପରିବାର ଲୋକେ ଏ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପୋଲିସ ଶବକୁ ଜବତ କରି ଆଜି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ କେସ ନଂ ୨୯/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.