ପୂର୍ବତନ କାଉନସିଲରଙ୍କ ପରଲୋକ

ବୁଗୁଡ଼ା : ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ କାଉନସିଲର ଉମା ପାତ୍ର(୭୫)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘ ଦିନ ହେଲା ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ଆଜି ଭୋର ସମୟରେ ବୁଗୁଡ଼ା ବଡଦାଣ୍ଡସ୍ଥିତ ନିଜ ବାସ ଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁଅ, ବୋହୁ, ନାତି ନାତୁଣୀ ଓ ଆତ୍ମିୟ ସ୍ବଜନ ଉପସ୍ଥିତ ଥିଲେ । ପୁରୀ ସ୍ବର୍ଗ ଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସେ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ଏନ୍ଏସି ଅନ୍ତର୍ଗତ ୭ ନମ୍ବର ଓ୍ବାର୍ଡର କାଉନସିଲର ରହିଥିଲେ । ତାଙ୍କର ମୃତ୍ୟୁରେ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗଭୀର ଶୋକ ବ୍ଯକ୍ତ କରାଯାଇଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.