ଜିଲ୍ଲା ପ୍ରଶାସନ ପକ୍ଷରୁ ୫୬ତମ ଜାତୀୟ ପ୍ରେସ ଦିବସ ପାଳିତ

ସାମ୍ବାଦିକ ମାନେଗଣତନ୍ତ୍ରର ଜାଗ୍ରତ ପ୍ରହରୀ:ଜିଲ୍ଲାପାଳ

ଫୁଲବାଣୀ, ୧୬/୧୧: ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ୫୬ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ସଭାରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନେଗଣତନ୍ତ୍ରର ଜାଗ୍ରତ ପ୍ରହରୀ, ଦୁର୍ନିତୀ, ଭ୍ରଷ୍ଟାଚାର ଦୂର କରିବାରେ ପ୍ରମୁଖ ଭୂମିକା ରହିଛି ସାମ୍ବାଦିକଙ୍କର ଏଣୁ ସର୍ବଦା ସତ୍ୟ, ନିରପେକ୍ଷ ସମ୍ବାଦ ପ୍ରକାଶ କରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ l କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ତଥା ପ୍ରେସ କ୍ଲବ ପ୍ରତିଷ୍ଠାତା ଓ ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ସାମ୍ବାଦିକ ଶିବ ପ୍ରସାଦ ତ୍ରିପାଠୀ, ବାଲିଗୁଡାର ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସତ୍ୟ, ନିରପେକ୍ଷ ସାମ୍ବାଦିକତା ଓ ବୃତ୍ତିଗତ ସୁରକ୍ଷା ଉପରେ ମତବ୍ୟକ୍ତ କରିଥିଲେ l ସେହିପରି ସାମ୍ବାଦିକ ପ୍ରଶାନ୍ତ ବେହେରା ସ୍ଵାଗତ ଭାଷଣ ଦେଇଥିବା ବେଳେ ସୁନୀଲ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l ସାମ୍ବାଦିକ ଅଶୋକ ମହାନ୍ତି ମଞ୍ଚ ପରିଚାଳନାକରିଥିଲେ l ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ ,ଶିବାନନ୍ଦ ପଟ୍ଟନାୟକ,ଅଶୋକ ପରିଡା, ନାରାୟଣ ସାହୁ, ଅଜିତ ମହାରଣା, ତ୍ରିନାଥ ସାହୁ,ଆଦିତ୍ୟ ପ୍ରସାଦ ତ୍ରିପାଠୀ, ପ୍ରଶାନ୍ତ ପଣ୍ଡା, ପ୍ରଶାନ୍ତ ଜେନା, ରମେଶ ଚନ୍ଦ୍ର ପ୍ରଧାନ, ସୁଧୀର ମହାରଣା, ଅଚ୍ୟୁତ ସେଠି, ଅଶୋକ ରାୟ, ଶିବ ନାୟକଙ୍କ ସମେତ ବହୁ ବରିଷ୍ଠ ନାଗରିକ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.