ମିଥ୍ୟା ଏନକାଉଣ୍ଟରକୁ ପ୍ରତିବାଦରେ ପୋଲିସ ଉଠାଇ ନେଇଥିବା ୪ ଜଣଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ କୋର୍ଟ

ମାଲକାନଗିରି,୧୬।୧୧: କୋରାପୁଟ ଜିଲ୍ଲା ମାଳିପଦର ରେ ମିଥ୍ୟା ଏନକାଉଣ୍ଟର ଘଟଣାରେ ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ସାମାଜିକ କର୍ମୀ ଶରତ ବୁରୁଦା ଙ୍କ ସହିତ ଅନେକ ଆନ୍ଦୋଳନ କାରି ଙ୍କୁ ରାତି ଅଧିଆ ଗିରଫ କରି ୪ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା ମାଲକାନଗିରି ପୋଲିସ । ତେବେ ଆଜି କୋର୍ଟ ଏହି ଆନ୍ଦୋଳନ କାରୀଙ୍କୁ ସର୍ତ ମୂଳକ ଜାମିନ ଦେଇଛନ୍ତି । ଏହି ୪ ଜଣ ପ୍ରତିମାସ ଦୁଇ ଥର କୋର୍ଟ ରେ ହାଜର ହୋଇ ଦସ୍ତଖତ କରିବେ । ଆଉ କୌଣସି ଆନ୍ଦୋଳନ କରିବେ ନାହିଁ ବୋଲି ଅନେକ ସର୍ତ୍ତ ରଖି ଜାମିନ ଦିଆ ହୋଇଥିଲା । ୨ଟି ଜାମିନଦାର ମାଧ୍ୟମରେ ଏହି ଜାମିନ ପ୍ରଦାନ କରାଯାଇଥିବା ବେଳେ ଏହି ମାମଲା ରେ ବରିଷ୍ଠ ଆଇନଯିବି ରାଜେଶ ପଟ୍ଟନାୟକ ମାମଲାର ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.