ବିଦ୍ୟୁତ୍ ଫାସରେ ପଡି ହାତୀ ମୃତ୍ୟୁ ଘଟଣା : ୪ ଗିରଫ, ୧ ଫେରାର୍

ବୁଗୁଡ଼ା : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବେଲପଡା ଗ୍ରାମ ନିକଟସ୍ଥ ଧାନ କିଆରିରୁ ବିଦ୍ୟୁତ୍ ଫାସରେ ପଡି ଏକ ଦନ୍ତା ହାତୀ ମୃତ୍ୟୁ ବରଣ କରିଥିବା ଘଟଣାରେ ୪ ଜଣଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ଫେରାର୍ ଥିବା ଜଣା ଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବେଲପଡା ଗ୍ରାମର ପୂର୍ଣଚନ୍ଦ୍ର ନାୟକ (୪୭) , ମହେଶ୍ବର ନାୟକ (୫୦) , କୃଷ୍ଣଚନ୍ଦ୍ର ନାୟକ (୩୫) ଓ ଭିକାରୀ ସ୍ବାଇଁ (୩୫) ଏବଂ ଫେରାର ଅଭିଯୁକ୍ତ ଜଣକ ହେଲେ ଶୁକଦେବ ସ୍ବାଇଁ । ଏ ନେଇ ବୁଗୁଡା ବନ ବିଭାଗ ପକ୍ଷରୁ ଓଆର କେସ୍ ନଂ ୨୫୬/୨୦୨୨-୨୩ରେ ଏକ ମାମଲା ରୁଜୁ ହୋଇଥିବା ଏସିଏଫ୍ ପ୍ରଭାକର ନାୟକଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଥାଉ କି , ଗତ ସୋମବାର ସକାଳେ ଉକ୍ତ ମୃତ ହାତୀକୁ ଠାବ କରାଯାଇଥିଲା । ମୃତ ହାତୀଟିର ଶବ ବ୍ୟବଚ୍ଛେଦ ପରେ ତାହା ବିଦ୍ଯୁତ୍ ଆଘାତ ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ ହୋଇଥିଲା ।

nis-ad
Leave A Reply

Your email address will not be published.