ସମସ୍ତ ଯୋଗ୍ୟ ବରିଷ୍ଠ କଳାକାରଙ୍କ ପାଇଁ ଭତ୍ତା ଦାବି କଲେ ମହାସଚିବ ରୋଶନ୍

ବ୍ରହ୍ମପୁର (୧୬/୧୧) : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ବେଲଗୁଣ୍ଠା ବ୍ଲକ ଶାଖାର ପ୍ରଥମ ବାର୍ଷିକୋତ୍ସବ ଗୋବରା ସ୍ଥିତ ନୃସିଂହ ନାଥ ମନ୍ଦିର ପରିସରରେ ଶାଖା ସଭାପତି ପ୍ରଶାନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ବିଧିବତ୍ ଉଦ୍ଘାଟନ ସହ କଳାକାର ମାନେ ଜଣେ ଜଣେ ସମାଜ ସଂସ୍କାରକ ହେତୁ ସେମାନଙ୍କ ଉନ୍ନତି ପାଇଁ ଆମେ ଯତ୍ନଶୀଳ ହେବା ଉଚିତ୍ ବୋଲି ମାର୍ଗ ଦର୍ଶନ ଦେଇଥିଲେ । ଏଥିରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା ତିରୁପତି ସାହୁ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ନିର୍ଦ୍ଦେଶକ ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବିଶ୍ଵଭାରତୀ ବିଦ୍ୟାଳୟ ସଭାପତି କୁଞ୍ଜ ବିହାରୀ ନାୟକ, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗଦେଇ ସମାଜ ପ୍ରତି କଳାକାରମାନଙ୍କ ମହନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ କଳାକାର ଭତ୍ତା ବୃଦ୍ଧି ସହ ରାଜ୍ୟର ସମସ୍ତ ଯୋଗ୍ୟ ବରିଷ୍ଠ କଳାକାରଙ୍କୁ ଭତ୍ତା ପ୍ରଦାନ ଓ ତତ୍ ସମ୍ପର୍କରେ ବିଧାନସଭାରେ ଉତ୍ଥାପନ ନିମନ୍ତେ ବିଧାୟକଙ୍କୁ ଅନୁରୋଧ କରିଥିଲେ ।
ସ୍ଥାନୀୟ ସୁନାମଧନ୍ୟ ସ୍ଥପତି ବିଶ୍ଵନାଥ ମହାରଣାଙ୍କୁ ସଂଘ ପକ୍ଷରୁ ଅଙ୍ଗବସ୍ତ୍ର ଓ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ବ୍ଲକ ସଂଯୋଜକ ଈଶ୍ୱର ଚନ୍ଦ୍ର ଗୌଡଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂଘର ବେଲଗୁଣ୍ଠା ବ୍ଲକ ଶାଖା କର୍ମକର୍ତ୍ତା ଚୟନ କରାଯାଇଥିଲା । ତଦନୁସାରେ ସଭାପତି ସୁରେନ୍ଦ୍ର ପ୍ରଧାନ, ଉପସଭାପତି ନାରାୟଣ ଗୌଡ, ସମ୍ପାଦକ ରଞ୍ଜିତ କୁମାର ପାତ୍ର, ସହ ସମ୍ପାଦକ ରମେଶ ଗୌଡ, କୋଷାଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଗୌଡ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ରଙ୍କ ଗୌଡ, ପ୍ରକାଶ ଭୂୟାଁ, ରାଜେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ସର୍ବସମ୍ମତି କ୍ରମେ ଚୟୀତ ହୋଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ପାଦକ ରଞ୍ଜିତ କୁମାର ପାତ୍ର ସ୍ବାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ସଂଯୋଜକ ଈଶ୍ୱର ଗୌଡ । କାର୍ଯ୍ୟକ୍ରମ ପରିଚାଳନାରେ ଯୁରେଶ୍ୱର୍ ଲେଙ୍କା, ନିକୁଞ୍ଜ ବିହାରୀ ଖଣ୍ଡୁଆଳ, ଗୋପାଳ ଲେଙ୍କା, ବିଭୂପଦ ଜେନା ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଉପଦେଷ୍ଟା ପ୍ରଫୁଲ୍ଲ ବେହେରା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ

nis-ad
Leave A Reply

Your email address will not be published.