କ୍ରୀଡାର ବିକାଶ ପାଇଁ ବୈଠକ ଅନୁଷ୍ଠିତ

ଫୁଲବାଣୀ : ୟୁଥ ୱାରୀୟର ଯୁବ ସଂଗଠନ ମାଧ୍ୟମରେ ଟିକାବାଲି ବସ ଷ୍ଟାଣ୍ଡ ସ୍ଥିତ ମା ଭୈରବୀ କଲ୍ୟାଣ ମଣ୍ଡପ ଠାରେ କ୍ରୀଡାର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ଟିକାବାଲି ବ୍ଲକର କଣ ଅନୁକଣ ରେ କିପରି କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ କରାଯିବ ସେଥିପାଇଁ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା l କନ୍ଧମାଳ ସ୍ୱତନ୍ତ୍ର ବିକାଶ ପରିଷଦ ଅଧକ୍ଷ ରଦନ ମଲ୍ଲିକ ଏହି ବୈଠକରେ ଉପସ୍ଥିତ ରହି ଟିକାବାଲି ତଥା କନ୍ଧମାଳ ରେ କ୍ରୀଡାର ଓ ଭିତ୍ତିଭୂମି ର ବିକାଶ ପାଇଁ ଜିଲ୍ଲାସ୍ତରୀୟ ସମସ୍ତ ପ୍ରଶାସନ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ମତାମତ ପ୍ରଦାନ କରିଥିଲେ l ନିକଟ ଭବିଷ୍ୟତରେ ଯେପରି ରାଜ୍ୟସ୍ତରୀୟ କ୍ରୀଡା କାର୍ଯ୍ୟକ୍ରମ କରାଯାଇ ଟିକାବାଲି ତଥା କନ୍ଧମାଳ ରେ ରାଜ୍ୟସ୍ତରୀୟ, ଅନ୍ତର୍ଜାତୀୟ ଓ ଅନ୍ତଃରାଷ୍ଟ୍ରୀୟ କ୍ରୀଡ଼ାବିତ ସୃଷ୍ଟି ହୋଇପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ଟିକାବାଲି ବଣିକ ସଂଘ ତଥା ଟିକାବାଲି ତଥା କନ୍ଧମାଳ ର ଜଣାଶୁଣା ବ୍ୟକ୍ତିତ୍ୱ ସୁନୀଲ କୁମାର ଭୋଇ କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ପାଇଁ କ୍ରୀଡାର ଆନୁସଙ୍ଗିକ ଆବଶ୍ୟକ ଉପାଦାନ ବିଷୟରେ ସମସ୍ତ ଉପସ୍ଥିତ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ l ଏହାପରେ ଟିକାବାଲି ସମିତି ଅଧକ୍ଷ ଦିଲ୍ଲୀପ କହଁର ସମସ୍ତ ପ୍ରଶାସନ ଅଧିକାରୀଙ୍କ ସହ ଯୋଗାଯୋଗ କରି ଟିକାବାଲି ବ୍ଲକରେ କ୍ରୀଡାର ବିକାଶ ପାଇଁ ଆବଶ୍ୟକ ସମସ୍ତ ଭିତ୍ତିଭୂମି ଯୋଗାଇବା ପାଇଁ ଚେଷ୍ଟା କରିବେ ବୋଲି ଆଶ୍ୱାସନା ଦେଇଥିଲେ l ଏହାସହ ପବିତ୍ର କୁମାର ପାତ୍ର, ପ୍ରମୋଦ ପାଣିଗ୍ରାହୀ ଓ ଗୋବିନ୍ଦ ବେହେରା ପରି ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିତ୍ୱ କ୍ରୀଡା ର ଉନ୍ନତି ପାଇଁ ଆମକୁ ଯାହା ଯାହା ଆବଶ୍ୟକ ସେ ବିଷୟରେ ଆଲୋଚନା କରିଥିଲେ l ଏହାପରେ ଭିତ୍ତିଭୂମି ର ସମୀକ୍ଷା ପାଇଁ ସମସ୍ତ ସଦସ୍ୟ ଙ୍କ ଅନୁରୋଧ କ୍ରମେ ଟିକାବାଲି ହାଇସ୍କୁଲ ଖେଳ ପଡ଼ିଆ କୁପରିଦର୍ଶନ କରି ଖେଳ ପଡ଼ିଆକୁ କିପରି ଉନ୍ନତ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା lଏହାପରେ ୟୁଥ ୱାରୀୟର କ୍ରୀଡା ଓ ଯୁବ ବିକାଶ ପରିଷଦର ପରିଚାଳନା କମିଟି ଗଠନ କରିବାପାଇଁ ଅରବିନ୍ଦ ମହାପାତ୍ର ଆଲୋଚନା କରିଥିଲେ l ଯେଉଁ ପରିଚାଳନା କମିଟି ରେ ଯେପରି ଟିକାବାଲି ବ୍ଲକର ସମସ୍ତ ପଞ୍ଚାୟତ ର କ୍ରୀଡ଼ାବିତ, କ୍ରୀଡ଼ାପ୍ରେମୀ ଓ ଜନପ୍ରତିନିଧି ଏହି ପରିଚାଳନା କମିଟିର ସଦସ୍ୟ ହୋଇ ପ୍ରତ୍ୟେକ ଅଞ୍ଚଳ ରେ କ୍ରୀଡାର ବିକାଶ ପାଇଁ ନିଜର ବହୁମୂଲ୍ୟ ସମୟ ଦେଇପାରିବେ l ଏତଦବ୍ୟତୀତ ଏହି ବୈଠକ ରେ ଅନେକ କ୍ରୀଡ଼ାବିତ ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ ଯଥା ମନୋଜ କୁମାର ଭୋଇ, ସଂଗ୍ରାମ କେଶରୀ ଭୋଇ, ହେମନ୍ତ କୁମାର ପ୍ରଧାନ, ପଞ୍ଚାନନ ପାଣିଗ୍ରାହୀ, ବସନ୍ତ କୁମାର ଦିଗାଲ , ସୁକାନ୍ତ କୁମାର ଦାଶ, କୁମରମଣୀ ନାୟକ, ଲୁଲୁ ବେହେରା, କୁମୁଦ ଚନ୍ଦ୍ର ସାହୁ, ଅମରେନ୍ଦ୍ର କହଁର ଓ ଅରବିନ୍ଦ ମହାପାତ୍ର ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.