ଅଗ୍ନିଶମ ବିଭାଗର ୨୬ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଖୋଜ ଯୁବକ ଉଦ୍ଧାର

ବ୍ରହ୍ମପୁର : ସ୍ଥାନୀୟ ବୈଦ୍ୟନାଥପୁର ଥାନା ଅଧୀନରେ ଥିବା ଲାଞ୍ଜିପଲ୍ଲୀ ନୂଆଁ ବନ୍ଧ ରେ ଲାଞ୍ଜିପଲ୍ଲୀ ରେଡିକା ସାହିର ସଦାନନ୍ଦ ବେହେରା ନାମକ ବ୍ୟକ୍ତି ବୟସ ପ୍ରାୟ ୫୫ ବର୍ଷ ଗାଧୋଇବାକୁ ଯାଇ ପୋଖରିରେ ନିଖୋଜ ଥିଲେ l ସେଠାରେ ଗାଧୋଉଥିବା କିଛି ଲୋକ ସଦାନନ୍ଦ ବୁଡି ଯିବାର ଦେଖି ଅଗ୍ନିଶମ ବିଭାଗକୁ ଜଣାଇଥିଲେ l ତତ୍ ସଂଘେ ସଙ୍ଘେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l ଗତ କାଲି ଦୀର୍ଘ ୬ଘଣ୍ଟା ଧରି ବନ୍ଧ ଭିତରେ ଖୋଜା ଖୋଜି କରି ସନ୍ଧ୍ୟା ହୋଇଯାଇଥିବା କାରଣରୁ ଉଦ୍ଧାର କାର୍ଯ କୁ ସ୍ଥଗିତ ରଖିଥିଲେ l କିନ୍ତୁ ଆଜି ସକାଳୁ ବ୍ରହ୍ମପୁର ଓ କନିସି ର ଦୁଇଟି ଅଗ୍ନିଶ୍ରମ୍ ଟିମ୍ ପହଞ୍ଚି ପ୍ରାୟ ୩ଘଣ୍ଟା ଖୋଜା ଖୋଜି କରିବା ପରେ ଉକ୍ତ ଲୋକକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ l ଦୀର୍ଘ ଦୁଇ ଦିନର ଉଦ୍ଧାର କାର୍ଯ୍ୟରେ ଅଗ୍ନିଶ୍ରମ ବିଭାଗର ହାବିଲଦାର ରାଜେଶ ମଲ୍ଲିକ, ହାବିଲଦାର ଜିତେନ୍ଦ୍ର ସାହାଣୀ, ତାପସ ପ୍ରଧାନ, ସ କେ ରେହେମନ୍, ଜିତେନ୍ଦ୍ର ପ୍ରଧାନ, ବଳଭଦ୍ର କହଁର ଉପସ୍ଥିତ ରହିଥିଲେ l

nis-ad
Leave A Reply

Your email address will not be published.