ଦମନ ଚଳଚ୍ଚିତ୍ରକୁ ନିଜର ବାୟୋପିକ କହି ପ୍ରଶଂସା ସାଉଁଟୁଥିବା ଜୈନିକ ଡାକ୍ତରଙ୍କୁ ବୁଦ୍ଧିଜୀବୀ ମହଲରେ ଜୋରଦାର ବିରୋଧ

ମାଲକାନଗିରି କୁଡୁମୁଲୁଗୁମ୍ମା : ସଂପ୍ରତି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜୋରଦାର ଚର୍ଚ୍ଚା ରେ ଥିବା ଅବହେଳିତ ଆଦିବାସୀ ଆଦିଭୂମି ମାଲକାନଗିରି ମାଟି ର କଥା ବ୍ୟଥା ର ମର୍ମସ୍ପର୍ଶୀ କାହାଣୀ କୁ ନେଇ ନିର୍ମିତ ଚଳଚ୍ଚିତ୍ର” ଦମନ” ର ମନ୍ତ୍ରମୁଗ୍ଧ କଥାବସ୍ତୁ କୁ ନେଇ ବୁଦ୍ଧିଜୀବୀ ମହଲରେ ଜୋରଦାର ସ୍ୱ।ଗତ କରାଯାଇଛି । କୋରନା ମହାମାରୀ ସମୟରେ ବନ୍ଦ ପଡିଥିବା ଚଳଚ୍ଚିତ୍ର ଶିଳ୍ପ ଘୋର ଆର୍ଥିକ ଅନାଟନ ରେ ଥିବା ସମୟରେ ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତ ରୁ ଦର୍ଶକ ମାନେ ମୁହଁ ଫେରାଉ ଥିବା ଘଡିସନ୍ଧି ମୂହୁର୍ତ୍ତ ରେ ଏକ ମୌଳିକ ଭୂମିପୁତ୍ର ମାନଙ୍କ କାହାଣୀ କୁ ନେଇ ଚଳଚ୍ଚିତ୍ର ଦମନ ସମଗ୍ର ବିଶ୍ଵରେ ଚର୍ଚ୍ଚିତ ହୋଇଛି । ଦର୍ଶକଙ୍କୁ ପ୍ରଭାବିତ କରୁଥିବା ଆଦିବାସୀଙ୍କ କଥା ବ୍ୟଥା ର ଅବହେଳିତ ଅବସ୍ଥା ଏବଂ ସ୍ୱାଭିମାନ ଅଞ୍ଚଳ ର ମାଲେରିଆ ନିରାକରଣ ଓ ଜନସଚେତନତା ଧର୍ମୀ ଚଳଚ୍ଚିତ୍ର ଦମନ କୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଓଡ଼ିଶା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ର ଅଗ୍ରଣୀ କାର୍ଯ୍ୟକ୍ରମ ମାଲେରିଆ ନିରାକରଣ ଆଧାର ରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ସତ୍ୟ ଆଧାରିତ କାହାଣୀ ଟିକୁ ନିଜର ଏକ ବାୟୋପିକ ବୋଲି ପପଲୁର ଅ°ଚଳର ପୁର୍ବତନ ଡାକ୍ତର ଓମ୍ କାର ହୋତା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମତପୋଷଣ କରିଛନ୍ତି ।

ସ୍ୱାଭିମାନ ଅଞ୍ଚଳ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ, ଚଳଚ୍ଚିତ୍ର ରେ ପ୍ରଦର୍ଶନ କରାଯାଇଥିବା, ଜାନବାଇ,ଧୂଳିପୁଟ ଯୋଡାମ୍ବ ଅଞ୍ଚଳ ଅନ୍ତର୍ଭୁକ୍ତ ଓ ଏହି ଅବହେଳିତ ଭୂଖଣ୍ଡର ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ରେ ନିୟୋଜିତ ସ୍ୱାସ୍ଥ୍ୟ ବିଭାଗ ର ପାରା ମେଡିକାଲ ଯଥ:- ଆଶା, ଅଙ୍ଗନବାଡ଼ି ଓ ଏଏନଏମ୍ କର୍ମଚାରୀ, ଜିଲ୍ଲା ମ୍ୟାଲେରିଆ ନିରାକରଣ ମୁଖ୍ୟ ଅଧିକାରୀ ଡ଼ଃ ଧନେଶ୍ଵର ମହାପାତ୍ର ଓ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡଃ ସନ୍ତୋଷ କୁମାର ଷଡଙ୍ଗୀଙ୍କ ସହ ଅନ୍ୟ ଡାକ୍ତର ମାନଙ୍କ ଅନବଦ୍ୟ ଅବଦାନ ରହିଛି , କିନ୍ତୁ ଡଃ ଓମକାର ହୋତାଙ୍କ ଭଳି କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଉକ୍ତ ଅବଦାନ କୁ ଅସହିଷ୍ଣୁତା ର ଭାବ ପ୍ରଦର୍ଶନ କରିବା ନିହାତି ଏକ ଅବଶୋଷ ର ବିଷୟ ,କାରଣ ସେ ନିଜେ କାଲିମେଳା ବ୍ଲକ ଅନ୍ତର୍ଗତ କୁର୍ମାନୁର୍ ଓ ପାପଲୁର୍ ଅଞ୍ଚଳରେ ପୋଷ୍ଟିଂ ହୋଇଥିବା ବେଳେ, କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ ବିଭାଗଦ ଅଧିନରେ ଥିବା ବିଚ୍ଛିନ୍ନାଞ୍ଚଳର ଘଟଣା ସମ୍ପର୍କରେ ନିଜକୁ ଯୋଡି ହୋଇ ନିଜେ ନିଜର ବାହାବାହା ନେବା କେତେ ଦୂର ଯଥାର୍ଥ , ଉକ୍ତ ବ୍ୟକ୍ତି ଯିଏ ନିଜର ଆତ୍ମ ପ୍ରଚାର ପାଇଁ ସତ୍ୟ ଆଧାରିତ ସମସ୍ତ ତଥ୍ୟ କୁ ଜଳାଞ୍ଜଳି ଦେବାସହ , ଗୋଳିଆ ପାଣି ରୁ ଲାଭ ଉଠାଇବାର ସୁଯୋଗ ନେଇ ଏହି ମହାନ ଚଳଚ୍ଚିତ୍ର ଟିକୁ ତାଙ୍କ ଜୀବନ ର ଵାୟୋପିକ୍ ବୋଲି ଗଣମାଧ୍ୟମକୁ ଜଣାଇବା ବିକୃତ ମାନସିକତା ର ପରିଚୟ ସୃଷ୍ଟି କରୁଛି ଓ ଉକ୍ତ କୁକାର୍ଯ୍ୟ ପାଇଁ ଡଃ ହୋତା ସର୍ବସାଧାରଣ ରେ କ୍ଷମା ମାଗନ୍ତୁ ବୋଲି ମାଲକାନଗିରି ଜିଲ୍ଲାର ବୁଦ୍ଧିଜୀବୀ ଓ ଜନସାଧାରଣ ମତପୋଷଣ କରିଛନ୍ତି ।

nis-ad
Leave A Reply

Your email address will not be published.