ଶବ ଛୁଇଁଲେନି ଗାଁ ଲୋକେ, ପ୍ରଶାସନ କଲା ଶବ ସତ୍କାର

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବାଲିପୋଖରୀ ଗ୍ରାମପଞ୍ଚାୟତର ଛୋଟରାୟପୁର ଗ୍ରାମରେ ଅଭାବନୀୟ ଘଟଣା। ଧର୍ମାନ୍ତରଣ କାରଣରୁ ସାମାଜିକ ବାସନ୍ଦାବସ୍ଥା ଓ ଶବକୁ ନଛୁଇଁବା ଘଟଣା ଦେଖିବାକୁ ମିଳିଛି। ଏନେଇ ଖବର ପାଇ ଘଟଗାଁ ବ୍ଲକ ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି।

ମିଳିଥିବା ଖବର ଅନୁଯାୟୀ, ଛୋଟରାୟପୁର ଗ୍ରାମର ଗରିବ ଆଦିବାସୀ ଖଜୁରୀ ମୁଣ୍ଡାଙ୍କର ନିଜ ଘରେ ମୃତ୍ୟୁ ହୋଇଥିଲା। ହେଲେ ସେ କିଛି ବର୍ଷ ପୂର୍ବେ ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ତାଙ୍କ ଶବ ସତ୍କାର କରିବାକୁ ଗାଁ ଲୋକେ ଅନିଚ୍ଛା ପ୍ରକାଶ କରିଥିଲେ। ଦୀର୍ଘ ୨୦ ଘଣ୍ଟା ଧରି ଶବଟି ସତ୍କାର ନହେଇ ପଡିରହିଥିବା ଖବର ପାଇ ଘଟଗାଁ ବ୍ଲକ ଏବିଡ଼ିଓ ପୋଲିସ୍ ସହାୟତାରେ ଛୋଟରାୟପୁର ଗ୍ରାମରେ ପହଞ୍ଚିଥିଲେ।

ସ୍ଥାନୀୟ ସରପଞ୍ଚ ଦ୍ରୌପଦୀ ନାୟକ, ସମିତି ସଭ୍ୟ ଶତ୍ରୁଘ୍ନ ମୁଣ୍ଡା ଉପସ୍ଥିତରେ ଖଜୁରୀଙ୍କ ବିଧବା ପତ୍ନୀଙ୍କୁ ହରିଶ୍ଚନ୍ଦ୍ର ସହାୟତା ରାଶି ସ୍ୱରୂପ ୨୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଗ୍ରାମଲୋକଙ୍କୁ ବୁଝାସୁଝା କରାଯିବା ସହ କିଛି ଶ୍ରମଜୀବୀଙ୍କ ସହାୟତାରେ ଗାତ ଖୋଳା କରି ଶବ ସତ୍କାରର ସୁବନ୍ଦୋବସ୍ତ କରାଯାଇଥିଲା।

nis-ad
Leave A Reply

Your email address will not be published.