ସହିପାରିଲେନି ସାଙ୍ଗଙ୍କ ଥଟ୍ଟାମଜା: ୫ଶହ ଟଙ୍କା ପାଇଁ ଦଉଡ଼ି ଲଗାଇ ଝୁଲିପଡିଲେ ଛାତ୍ର

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ରେ ଅଭାବନୀୟ ଘଟଣା। ସହପାଠୀଙ୍କ ୫ଶହ ଟଙ୍କା ଲୁଚାଇ ରଖିବାରୁ ଅପମାନିତ ହୋଇଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ ଗତ ଶୁକ୍ରବାର ଦିନ ଛାତ୍ର ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ଚପାଇ ଦିଆଯାଇଥିଲା। ସୋମବାର ଦିନ ପରିବାର ଲୋକ ମୁହଁ ‌ଖୋଲିବା ପରେ ଏହି ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି। ଅନ୍ୟପକ୍ଷରେ, ଜିଲ୍ଲା ମଙ୍ଗଳ ବିଭାଗ ନିକଟରେ ଏନେଇ କୌଣସି ଖବର ନାହିଁ।

ଘଟଣା କ୍ରମେ କୁମ୍ଭାରପୁଟ ଏସ୍‌ଏସ୍‌ଡି ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ଜଣକ ଗତ ଶୁକ୍ରବାର ଦିନ ହଷ୍ଟେଲରେ ଜଳଖିଆ ଖାଇ ବିଦ୍ୟାଳୟକୁ ବାହାରିଥିଲେ। ଏହି ସମୟରେ ଜଣେ ସହପାଠୀଙ୍କ ୫ଶହ ଟଙ୍କା ହଜି ଯାଇଥିବା ଜଣାପଡ଼ିଥିଲା। ତେଣୁ ଛାତ୍ରାବାସରେ ଖୋଜାଖୋଜି କରିବାରୁ ଉକ୍ତ ଛାତ୍ରଙ୍କ ନିକଟରୁ ହଜିଥିବା ଟଙ୍କା ମିଳିଥିଲା। ଏହାପରେ ସହପାଠୀମାନେ ଥଟ୍ଟାମଜା ସହ ଅପମାନିତ କରିଥିଲେ। ଏଥିରେ ମର୍ମାହତ ହୋଇ ଛାତ୍ର ଜଣକ ବିଦ୍ୟାଳୟକୁ ଯାଇ ନଥିଲେ।

ଅନ୍ୟମାନେ ବିଦ୍ୟାଳୟକୁ ଯିବାପରେ କାହାକୁ କିଛି ନ କହି ବିଦ୍ୟାଳୟ କାନ୍ଥ ଡେଇଁ ଚାଲି ଆସିଥିଲେ। ଚାଲିଚାଲି ନିଜ ଘରେ ଆସି ପହଞ୍ଚିଥିଲେ। ସେହି ସମୟରେ ଘରେ କେହି ନଥିବାର ସୁଯୋଗ ପାଇ,  ଗୋରୁ ବାନ୍ଧିବା ପାଇଁ ରହିଥିବା ଦଉଡ଼ି ଆଣି ସେଥିରେ ଝୁଲି ଯାଇଥିଲେ। ସଂଧ୍ୟାରେ ପରିବାର ଲୋକ ଘରକୁ ଫେରିବା ବେଳକୁ ପୁଅକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।

nis-ad
Leave A Reply

Your email address will not be published.