ଫୁଲବାଣୀ :- ଫୁଲବାଣୀ ରିଜର୍ଭ ପଡିଆ ସ୍ଥିତ ପୋଲିସ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥିଙ୍କ ସଭାପତିତ୍ବରେ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫୋଟ ଚିତ୍ର ରେ ଶ୍ରଦ୍ଧାଞ୍ଜଳି ପୂର୍ବକ ଶିଶୁ ମାନଙ୍କୁ ତାଙ୍କର ଆଦର୍ଶ ଆଚରଣ ଜୀବନ ଶୈଳୀ ଦେଶ ଗଠନରେ ତାଙ୍କର ଭୂମିକା ଆଦି ଭାଷଣରେ ଶୁଭ ଆଶୀର୍ବଚନ ପ୍ରଦାନ କରିଥିଲେ l ଏହି ଅବସରରେ ପ୍ରଧାନ ଶିକ୍ଷକ ନେହେରୁଙ୍କ ବାଲ୍ଯ କାଳରୁ ଆରମ୍ଭ କରି କର୍ମମୟ ଜୀବନ ପର୍ଯ୍ୟନ୍ତ ଭିତ୍ତିରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା କରିଥିଲେ l ଏହି ପ୍ରତିଯୋଗିତାରେ ନବମ ଶ୍ରେଣୀର ଆଇସା ପ୍ରଧାନ ପ୍ରଥମ ହୋଇଥିବା ବେଳେ ନବମ ର ସୁଚିତ୍ରା ସାହୁ ଓ ଦଶମ ର ପ୍ରିୟତମ ପ୍ରଜ୍ଞାନ ବୀର ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେହିପରି ପ୍ରବନ୍ଧ ପ୍ରତିଯୋଗିତାରେ ନବମର ପି ପ୍ରେମ କୁମାର ପ୍ରଥମ ଦଶମର ଶଙ୍କର ପାତ୍ର ଦ୍ବିତୀୟ ଦଶମର ଶୋଭନ ରାଜ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଚିତ୍ରାଙ୍କନ ପ୍ରତିଯୋଗିତା ରେ ସୋମ୍ୟ ରଞ୍ଜନ ଗଣ୍ଡା, ଜଗନ୍ନାଥ ସାହୁ ଓ ରିତେଶ ଦିଗାଲ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ହୋଇଥିଲେ l ସେହିପରି ବକ୍ତୃତା ପ୍ରତିଯୋଗୀତାରେ ପ୍ରିୟଙ୍କା ପାତ୍ର ମଧୁସ୍ମିତା ଭୋଇ ଓ ମନିଷା ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଗୀତ ପ୍ରତିଯୋଗିତାରେ ରାନୁ ଆର୍ଯ୍ୟଲି, ସୁଚିତ୍ରା ସାହୁ ଓ ଆଦ୍ୟଲକ୍ଷ୍ମୀ ବେହେରା ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ l ପ୍ରଧାନ ଶିକ୍ଷକ ଙ୍କ ନୂତନ ଚିନ୍ତାଧାରା ଯୋଗୁଁ ଶିଶୁ ଉତ୍ସବ ସୁଚାରୁ ରୂପେ ସମ୍ପୂର୍ଣ୍ଣ ହୋଇ ପାରି ଥିଲା l
Sign in
Sign in
Recover your password.
A password will be e-mailed to you.