ନିଖିଳ ଭାରତ ବଙ୍ଗାଳୀ ସମନ୍ବୟ ସମିତିର ବୌଠକ ଓ ଜିଲ୍ଲା କମିଟି ର ପୂନର୍ଗଠନ…

ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଡୁମୁରିମୁଣ୍ଡା ଡିଏନକେ ଗ୍ରାମରେ ନିଖିଳ ଭାରତ ବଙ୍ଗାଳୀ ସମନ୍ବୟ ସମିତିର ଏକ ଜିଲ୍ଲା ସ୍ଥରୀୟ ବୌଠକ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସଭାପତି ଡ. ସୁବୋଧ କୁମାର ବିଶ୍ବାସଙ୍କ ନେତୃତ୍ବରେ ସମଗ୍ର ଦେଶରେ ଆରମ୍ଭ ହୋଇଥିବା ନିଖିଳ ଭାରତ ବଙ୍ଗାଳୀ ସମନ୍ବୟ ସମିତି ଦେଶର ୧୮ ଗୋଟି ରାଜ୍ୟରେ ବସବାସ କରୁଥିବା ବଙ୍ଗାଳୀ ଲୋକଙ୍କୁ ନେଇ ନିଜର ସଂଗଠନ ବିସ୍ତାର କରିଥିବାବେଳେ ବିଭିନ୍ନ ସ୍ଥାନରେ ବୌଠକ କରି ବଙ୍ଗାଳୀ ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଶଣ କରି ଚାଲିଛନ୍ତି । ଅଖଣ୍ଡ ଭାରତର ନାଗରିକ ଥିବା ବଙ୍ଗାଳୀ ସମ୍ପ୍ରଦାୟର ଲୋକଙ୍କୁ ଭାରତ ସରକାର ଦେଶର ୧୮ ଗୋଟି ରାଜ୍ୟର ବିଭିନ୍ନ ଅଂଚଳରେ ଥଇଥାନ୍ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ବଙ୍ଗାଳୀ ମାତୃଭାଷା ଶିକ୍ଷା, ସ୍ଥାୟୀ ନାଗରିକତ୍ବ ପ୍ରଦାନ, ଗ୍ରାମ ଗୁଡିକୁ ରାଜସ୍ବ ଗ୍ରାମ ଘୋଷଣା ଏବଂ ଭୂମି

ହୀନଙ୍କୁ ଜମି ଅଧିକାର ରେ ସାମିଲ ଭଳି ଅନେକ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଲୋକଙ୍କୁ ସେମାନଙ୍କ ଅଧିକାର ପ୍ରଦାନ ସମ୍ପର୍କରେ ଆଜିର ବୌଠକରେ ଆଲୋଚନା ହେବା ସହ ଆଗାମି ଦିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ ବୋଲି ଆଲୋଚନା ହୋଇଥିଲା । ଏହି ବୌଠକରେ ନିଖିଳ ଭାରତ ବଙ୍ଗାଳୀ ସମନ୍ବୟ ସମିତିର ରାଷ୍ଟ୍ରୀୟ ସଭାପତି ଡ. ସୁବୋଧ କୁମାର ବିଶ୍ବାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ମାଲକାନଗିରି ର ପୂର୍ବତନ ବିଧାୟକ ନିମାଇ ସରକାର ଏବଂ ଉମରକୋଟ ବ୍ଲକ୍ ଶିକ୍ଷା ଅଧିକାରୀ ବିକାଶ ସରକାର ବୌଠକରେ ଉପସ୍ଥିତ ରହି ଜିଲ୍ଲାର ରାଇଘର, ଉମରକୋଟ ଏବଂ ଝରିଗାଁ ବ୍ଲକ୍ ର ବିଭିନ୍ନ ଡିଏନକେ ଗ୍ରାମରୁ ଆସିଥିବା ଗ୍ରାମ ସଭାପତି ଓ ଶତାଧିକ ଲୋକଙ୍କୁ ଏଠାକାର ସ୍ଥାନୀୟ ଅନ୍ୟ ଭାଷା ଭାଷୀ ଲୋକଙ୍କ ସହ ସମନ୍ବୟ ରକ୍ଷା କରି ଭାଇଚାରା ସହ ଚଳିବାକୁ ପରାମର୍ଶ ଦେଇଥିଲେ । ନିଖିଳ ଭାରତ ବଙ୍ଗାଳୀ ସମନ୍ବୟ ସମିତିର କେନ୍ଦ୍ରୀୟ ସଭାପତିଙ୍କ ଉପସ୍ଥିତିରେ ନବରଙ୍ଗପୁର ଜିଲ୍ଲା ସ୍ଥରୀୟ କମିଟିର ପୂର୍ନଗଠନ କରାଯାଇ ବରିଷ୍ଟ ଆଇନଜୀବୀ ତପନ ଦେବନାଥଙ୍କୁ ସଭାପତି, ଉପସଭାପତି ଭାବେ ସଞ୍ଜିତ ମଣ୍ଡଳ, ବିଶ୍ବନାଥ ସିଲ, ଚିତ୍ତରଞ୍ଜନ ଢାଲି, କମଲ ବାଛାଡ, ବିକାଶ ମିସ୍ତ୍ରୀ, ସଂଗଠନ ସଂପାଦକ ଭାବେ ମାନସ ଭୌମିକ, ସାଧାରଣ ସଂପାଦକ ଭାବେ କମଲ ଗାଇନଙ୍କୁ ମନୋନିତ କରିଥିବାବେଳେ ସାମ୍ବାଦିକ କାର୍ତ୍ତିକ ମଲ୍ଲିକଙ୍କୁ ମିଡିଆ କୋଡିନେଟର ସହ ବହୁ ବୁଦ୍ଧିଜୀବୀଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତ କରାଯାଇ ସମାଜ ସେବାରେ ନିଜକୁ ନିୟୋଜିତ ରହିବାକୁ ଆହ୍ବାନ ଦେଇଥିଲେ ।

nis-ad
Leave A Reply

Your email address will not be published.