ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ବର୍ଗତ ପଣ୍ଡିତ ଜବାହର ଲାଲ ନେହେରୁ ଙ୍କ ୧୩୪ ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଫୁଲବାଣୀ ସଙ୍କୁଳର ପାଞ୍ଚୋଟି ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଓ ଆଚାର୍ଯ୍ୟ ମାନେ ଯୋଗ ଦେଇଥିଲେ l ଏହି ଘୋଷ ପଦ ଯାତ୍ରା ଶିଶୁ ମନ୍ଦିର ପରିସରରୁ ବାହାରି ହାତରେ ଚାଚା ନେହେରୁଙ୍କ ଫୋଟ ଚିତ୍ର ଧରି ସମଗ୍ର ଫୁଲବାଣୀ ସହର ପରିକ୍ରମା କରିଥିଲା l ପରେ ପରେ ଏକ ବୈଠକ କରି ପାରମ୍ପରିକ ରୀତିରେ ପ୍ରାର୍ଥନା ଓ ପୂଜା ପାଠ ସାରିଲା ପରେ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ପଣ୍ଡିତ ନେହେରୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଳ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ l ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ଥିଲେ ଜଣେ ଜ୍ଞାନୀ ତଥା ସମାଜ ସଂସ୍କାରକ l ତାଙ୍କ ସମୟରେ ଭାରତର ବହୁ ବ୍ୟବସ୍ଥା ସୁସଂଗଠିତ ହୋଇଥିଲା l ସେ ଥିଲେ ଭାରି ଶିଶୁପ୍ରିୟ l ପୃଥିବୀର ଦେଶ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପଞ୍ଚଶୀଳ ନୀତିର ସେ ଥିଲେ ପ୍ରବର୍ତ୍ତକ ବୋଲି ବକ୍ତବ୍ୟ ରଖିଥିଲେ l ସେହିପରି ଅନ୍ୟ ଅତିଥି ମାନେ ମଧ୍ଯ ପଣ୍ଡିତ ନେହେରୁଙ୍କ ଶିଶୁପ୍ରିତି ବିଷୟରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଶିଶୁ ମାନେ ହିଁ ଦେଶର ଭବିଷ୍ୟତ ବୋଲି ଉଲ୍ଲେଖ କରିଥିଲେ l ଏହି ଅବସରରେ ଶିଶୁମାନେ ଶିଶୁ ଦିବସ ଉପରେ ଭାଷଣ ରଖିଥିଲେ l ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଶିଶୁ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.